fbpx

ଜୋତା-ଚପଲ ମଧ୍ୟ ଭାଗ୍ୟ ଉପରେ ପକାଇଥାଏ ପ୍ରଭାବ, ଆପଣଙ୍କର ଏହି ଭୁଲ୍ ଯୋଗୁଁ ହୋଇଥାଏ ଧନହାନି….

ନୂଆଦିଲ୍ଲୀ: ଫୁଟ୍ ୱେୟାର୍ ଆମ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ । ଏକଥା ପ୍ରାୟ ସବୁ ପର୍ସିନାଲିଟି ଡେଭ୍ଲପମେଣ୍ଟରେ କୋର୍ସରେ କୁହାଯାଇଥାଏ । ହେଲେ ଏହି କଥା ଖୁବ୍ କମ୍ ଲୋକ ଜାଣିଛନ୍ତି ଯେ, ଜ୍ୟୋତିଷରେ ମଧ୍ୟ ଜୋତା ଚପଲକୁ ବ୍ୟକ୍ତିତ୍ୱ ଓ ଭାଗ୍ୟ ସହିତ ଯୋଡ଼ା ଯାଇଛି । ଏଥିରେ ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଜୋତା ଓ ଚପଲକୁ ନେଇ କିଛି ନିୟମ ଉଲ୍ଲେଖ କରାଯାଇଛି । ଯାହାକୁ ପାଳନ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯାଇପାରେ । ଆଉ ନ ମାନିବା ଦ୍ୱାରା ଆପଣଙ୍କର ଧନହାନି ଭଳି କିଛି ସମସ୍ୟା ଉପୁଜିବାର ସମ୍ଭାବନା ରହିଛି ।

ଚାଲନ୍ତୁ ଜାଣିବା ଫୁଟୱେୟାର୍ ସହ ଜଡ଼ିତ କିଛି ବିଶେଷ ନିୟମ:

୧. କେବେ ବି ମଙ୍ଗଳବାର, ଶନିବାର, ଓ ଗ୍ରହଣ ଲାଗୁଥିବା ଦିନ ଜୋତା କି ଚପଲ କିଣନ୍ତୁ ନାହିଁ । ଏହା ବ୍ୟତୀତ ଅମାବାସ୍ୟା ଦିନ ମଧ୍ୟ ଜୋତା କିଣନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣ କ୍ଷତି ସହିପାରନ୍ତି ।

୨. ଯଦି ଆପଣ ଫୁଟ୍ ୱେୟାର୍ କୁ ଘର ଭିତରେ ବ୍ୟବହାର କରୁଚନ୍ତି ତାହେଲେ ଭୁଲରେ ବି ରୋଷେଇ ଘରକୁ ପିନ୍ଧି ଯାଆନ୍ତୁ ନାହିଁ । ଏହା ଦ୍ୱାରା ମାଆ ଅନ୍ନପୂର୍ଣ୍ଣା ରୁଷ୍ଟ ହୋଇଥାନ୍ତି ଫଳରେ ଧନହାନି ଘଟିଥାଏ ।

୩. ଖାଲି ସେତିକି ନୁହେଁ ଘରର ଷ୍ଟୋର୍ ରୁମ୍ କୁ ମଧ୍ୟ ଜୋତା କି ଚପଲ ପିନ୍ଧି ଯାଆନ୍ତୁ ନାହିଁ । କାରଣ ଏହି ସ୍ଥାନ ମଧ୍ୟ ଦେବୀ ଅନ୍ନପୂର୍ଣ୍ଣାଙ୍କ ସହିତ ଜଡ଼ିତ ହୋଇ ରହିଛି । ଏଠାରେ ଘରର ଖାଦ୍ୟଶସ୍ୟ ରଖାଯାଇଥାଏ । ଏଠାକୁ ଜୋତ-ଚପଲ ପିନ୍ଧି ପ୍ରବେଶ କରିବା ଦ୍ୱାରା ଘରର ସୁଖ-ସମୃଦ୍ଧି ସମାପ୍ତ ହୋଇଯାଏ ।

୪. କେବେ ବି ଜଣେ ଅନ୍ୟଜଣଙ୍କର ଜୋତା ଚପଲକୁ ପିନ୍ଧନ୍ତୁ ନାହିଁ । ଏପରିକି ଘରର ସଦସ୍ୟ ମାନେ ମଧ୍ୟ ନିଜ ନିଜ ଚପଲ ପିନ୍ଧିବା ଜରୁରୀ । ଜଣେ ଅନ୍ୟ ଜଣଙ୍କର ଚପଲ ପିନ୍ଧିବା ଦ୍ୱାରା ଶନି ଅଶୁଭ ଫଳ ଦେଇଥାନ୍ତି ।

୫. ପୁରୁଣା ଜୋତା-ଚପଲ ଯଦି ଘରେ ରହିଛି ତେବେ ତାକୁ ନଫୋପାଡ଼ି କାହାକୁ ଦାନ କରିଦିଅନ୍ତୁ । ହେଲେ ଏହାକୁ ବି ଖାସ୍ ଦିନ ଦେଖି ଦାନ କରନ୍ତୁ । ଶନିବାର ଦିନ ହିଁ ଜୋତା-ଚପଲ ଦାନ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ । କାରଣ ଫୁଟୱେୟାରର ସମ୍ବନ୍ଧ ଶନିଙ୍କ ସହିତ ବି ରହିଛି ।

Get real time updates directly on you device, subscribe now.