fbpx

ସୁନ୍ଦରପଦା ହତ୍ୟାକାଣ୍ଡ: ଦୁଇ ଗୋଷ୍ଠୀର କଳହରେ ଦୀପକ କାହିଁକି ବଳି ପଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ନୂଆବର୍ଷ ଦିନ ରାଜଧାନୀ ଉପକଣ୍ଠର ସୁନ୍ଦରପଦାର ବୁଧମଣ୍ଡପ ନିକଟରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଭୋଜିକୁ ନେଇ ହୋଇଥିବା ଏହି ଗଣ୍ଡଗୋଳରେ ସୁନ୍ଦରପଦାର ନୂଆସାହିର ଦୀପକ ରାଉତରାୟ ପ୍ରାଣ ହରାଇଥିଲେ । ସୁନ୍ଦରପଦା ହଜ ପୋଖରୀ କୂଳ ସୁରକ୍ଷା ଦାୟିତ୍ୱରେ ଦୀପକ ଥିବା ସମୟରେ ରାତିରେ କିଛି ସ୍ଥାନୀୟ ଯୁବକ ସେଠାରେ ଭୋଜି କରୁଥିଲେ । ଯୁବକମାନେ ଏହି ସମୟରେ ହୋହାଲ୍ଲା ହେଉଥିବାରୁ ଦୀପକ ତାଙ୍କୁ ଏଥିରୁ ନିବୃତ ରହିବାକୁ କହିଥିଲେ । ଏହାପରେ କ୍ରୋଧର ବଶବର୍ତ୍ତୀ ହୋଇ ସେମାନେ ଦୀପକଙ୍କୁ ହତ୍ୟା କରିଥିବା ଅନୁମାନ କୁହାଯାଉଥିଲା ।

ତେବେ ଆଜି ୩ ଅଭିଯୁକ୍ତଙ୍କୁ ଏୟାରଫିଲ୍ଡ ଥାନା ପୋଲିସ ରିମାଣ୍ଡରେ ନେଇଛି । ଅଭିଯୁକ୍ତ ଭିକି ମଲିଆ, ସୁଜିତ ପଣ୍ଡା ଓ ଗୁନ ମଲିଆଙ୍କୁ ରିମାଣ୍ଡରେ ନେଇ ପୋଲିସ ପଚରାଉଚରା କରିବ । ପୋଲିସକୁ ୫ ଦିନ ପାଇଁ ରିମାଣ୍ଡ ଅନୁମତି ମିଳିଥିବା ବେଳେ ଏହି ସମୟରେ ହତ୍ୟାପଛର ସମସ୍ତ ରହସ୍ୟ ଉନ୍ମୋଚନ ହେବ । ତେବେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ବେଳେ ଦୀପକ କୌଣସି ଗୋଷ୍ଠୀର ନଥାଇ ତାଙ୍କୁ କାହିଁକୁ ଆକ୍ରମଣ କରାଯାଇଥିଲା? ଦୀପକଙ୍କୁ କ’ଣ ପାଇଁ ଟାର୍ଗେଟ୍ କରାଯାଇଥିଲା? ଏହି ଘଟଣା ପଛରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ତାହାର ଉତ୍ତର ଖୋଜିବ ପୋଲିସ ।

Get real time updates directly on you device, subscribe now.