ନୂଆଦିଲ୍ଲୀ: ଦେଶରେ କରୋନା ସହିତ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । ପୁଣି ଥରେ ଦେଶରେ କରୋନା ମାମଲା ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି । ଅନେକ ନେତା ଓ ମନ୍ତ୍ରୀଙ୍କ ସମେତ ସେଲିବ୍ରିଟ ମାନେ ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାଞ୍ଚ ପରେ ରିପୋର୍ଟ ପଜିଟିଭ ଆସିବା ପରେ ୭୦ ବର୍ଷୀୟ ବିଜେପି ନେତା ନିଜକୁ ହୋମ୍ କ୍ୱାରେଣ୍ଟାଇନରେ ରଖିଛନ୍ତି ।
ଆଜି ଟ୍ୱିଟରରେ ଜରିଆରେ ରାଜନାଥ ସିଂ ଏହାର ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ‘ମୁଁ କରୋନା ପଜିଟିଭ ହୋଇଛି । ହୋମ୍ କ୍ୱାରେଣ୍ଟାଇନରେ ରହିଛି । ନିକଟରେ ମୋ ସମ୍ପର୍କରେ ଆସିଥିବା ଲୋକମାନେ ନିଜକୁ ଆଇସୋଲେସନରେ ରଖନ୍ତୁ ଓ ଟେଷ୍ଟ କରାନ୍ତୁ ।’
I have tested positive for Corona today with mild symptoms. I am under home quarantine. I request everyone who have recently come in my contact to isolate themselves and get tested.
— Rajnath Singh (@rajnathsingh) January 10, 2022
ତେବେ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସହରରେ କରୋନା ମାମଲା ସାଙ୍ଗକୁ ଓମିକ୍ରନ ମାମଲାକୁ ଅଧିକ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୭୯,୭୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ତୁଳନାରେ ଏହାର ୧୨.୬% ଅଧିକ । ଏହା ସହିତ ୨୪ ଘଣ୍ଟା ମଧ୍ୟରେ ୧୪୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି କ୍ରମରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି ପାଇଛି । କେବଳ ଏତିକି ନୁହେଁ, ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ୪୪,୩୮୮ ମାମଲା ସାମ୍ନାକୁ ଆସିଛି । ଏହା ବ୍ୟତୀତ ପଶ୍ଚିମବଙ୍ଗରେ ୨୪,୨୮୭, ଦିଲ୍ଲୀରେ ୨୨,୭୫୧, ତାମିଲନାଡୁରେ ୧୨,୮୯୫, କର୍ଣ୍ଣାଟକରେ ୧୨ ହଜାର ପଜିଟିଭ ମାମଲା ସାମ୍ନାକୁ ଆସିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୩,୯୩୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୩,୪୫,୦୦,୧୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ସକ୍ରିୟ ମାମଲା ୭,୨୩,୬୧୯ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫୧ କୋଟି ଲୋକ ଟିକା ନେଇଛନ୍ତି ।