fbpx

ଆଇଏନ୍‌ଏସ୍‌ ବିଶାଖାପଟନମ୍‌ରୁ ବ୍ରହ୍ମୋସ ମିସାଇଲ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ନୌସେନା ପଶ୍ଚିମ ତଟରେ ଥିବା ବିଧ୍ୱସଂକ ଯୁଦ୍ଧବିମାନ ଆଇଏନ୍‌ଏସ୍‌ ବିଶାଖାପଟ୍ଟନମ୍‌ରୁ ମଙ୍ଗଳବାର ଦିନ ସଫଳତା ପୂର୍ବକ ବ୍ରହ୍ମୋସ ସୁପର୍‌ସୋନିକ କ୍ରୁଇଜ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ କରିଛି । ଏହା ବ୍ରହ୍ମୋସ ମିସାଇଲ୍‌ର (ସି-ଟୁ-ସି) ଭାରିଏଣ୍ଟ ଥିଲା । ସୂଚନାଥାଉ କି, ଭାରତୀୟ ସେନାର ଶକ୍ତି ଭାବେ ପରିଗଣିତ ବ୍ରହ୍ମୋସ ମିସାଇଲ୍‌କୁ ସ୍ଥଳସେନା, ବାୟୁସେନା ଓ ନୌସେନାରେ ସାମିଲ୍‌ କରାଯିବା ଲାଗି ଏହାକୁ ବାରମ୍ବାର ପରୀକ୍ଷଣ କରାଯାଉଛି । ଏହାକୁ ପୂର୍ବରୁ ଓଡ଼ିଶାର ଚାନ୍ଦିପୁରସ୍ଥିତ ଅବୁଲକାଲମ୍‌ ଘାଟିରୁ ଏବଂ ପରେ ସୁଖୋଇ-୩୦ ଯୁଦ୍ଧବିମାନରୁ ମଧ୍ୟ ସଫଳତାପୂର୍ବକ ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣ ସମୟରେ ବ୍ରହ୍ମୋସ ମିସାଇଲ୍‌ ସଫଳତାପୂର୍ବକ ଟାର୍ଗେଟଟ୍‌କୁ ହିଟ୍‌ କରିଥିଲା ।

Get real time updates directly on you device, subscribe now.