ବୌଦ୍ଧ ବ୍ଲକ ଶଗଡା ପଂଚାୟତ ଅନ୍ତର୍ଗତ ଭାଳିଆପଦର ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁକୁ ରାସ୍ତାଟିଏ ନଥିବାରୁ ସାଇକେଲରେ ବୁହାହେଲେ ରୋଗୀ ।
ସୂଚନା ଅନୁଯାୟୀ, ଦିନି ଖେତୀ ନାମକ ଜଣେ ମହିଳା ଚାରିଦିନ ତଳେ ଜ୍ୱର ଏବଂ ବାନ୍ତି ହେଉଥିବା କାରଣରୁ ବଲାଙ୍ଗିର ଡାକ୍ତର ଖାନା ନେଇଥିଲେ ତାଙ୍କଦେହ ଟିକିଏ ଭଲ ହେବାରୁ ପୁଣି ଘରକୁ ଆଣିଥିଲେ । ହେଲେ ଆଜି ସକାଳୁ ତାଙ୍କ ଦେହ ପୁଣି ଅଧିକ ଖରାପ ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ୧୦୮ ଆମ୍ବୁଲାନ୍ସ ରାସ୍ତା ଖରାପ ଯୋଗୁଁ ଘଟଣା ସ୍ଥଳକୁ ପହଞ୍ଚି ନ ପରିବାରୁ ରାସ୍ତା ର ଅଧା ବାଟରେ ଅଟକିଥିଲା । ପରେ ପରିବାର ଲୋକେ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ସାଇକେଲ ସାହାଯ୍ୟରେ ବସାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ ଏବଂ ସୋନପୁର ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି । ଦେଖନ୍ତୁ ଭିଡିଓ…