fbpx

ଅଧ୍ୟୟନରୁ ବଡ଼ ଖୁଲାସା: କାମ ବେଳେ ନିଦ ଆସିଲେ ହୋଇପାରେ ବଡ଼ ରୋଗ

ନୂଆଦିଲ୍ଳୀ: ଯଦି ଆପଣଙ୍କୁ ଦିନରେ କାମ କରିବା ସମୟରେ ନିଦ ଆସୁଛି, ତାହେଲେ ଆପଣଙ୍କର ଏହି ଅଭ୍ୟାସ ଭବିଷ୍ୟତରେ ବଡ଼ ରୋଗର ରୂପ ନେଇପାରେ । ଦିନରେ ନିଦ ଆସିବା ଅଲଜାଇମର ରୋଗର ଲକ୍ଷଣ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣା ପଡ଼ିଛି ।

ସ୍ଲିଜର୍ଣ୍ଣାଲରେ ପ୍ରକାଶିତର ଏକ ଅଧ୍ୟୟନରୁ ଜଣାପଡ଼ିଛି, ଦିନରେ ନିଦ ଆସିଲେ ଭବିଷ୍ୟତରେ ମସ୍ତିଷ୍କରେ ପ୍ଲେକର ଜମାଟ ହୋଇପାରେ । ଅଧ୍ୟୟନର ପ୍ରମୁଖ ଲେଖକ ଓ ଆମେରିକାରେ ଥିବା ଜନ୍ସ ହପକିଂସ ବ୍ଲୁମବର୍ଗ ସ୍କୁଲ ଅଫ୍‌ ପବ୍ଲିକ ହେଲ୍ଥର ଆସୋସିଏଟ ପ୍ରଫେସର ଏଡମ.ପି.ସ୍ପୀରା କହିଛନ୍ତି “ଯଦି ଆପଣଙ୍କୁ ଦିନରେ ନିଦ ଆସୁଛି ତେବେ ଆପଣ ଏହାର ଯାଞ୍ଚ କରାଇବାର ଆବଶ୍ୟକତା ରହିଛି” । ହାରାହାରି ୬୦ ବର୍ଷ ବୟସ୍କର ୧୨୪ ଜଣ ପରୁଷ ଓ ମହିଳାଙ୍କର ଦିନରେ ଶୋଇବା ଅଭ୍ୟାସ ଉପରେ ଏହି ଅଧ୍ୟୟନ କରାଯାଇଥିଲା ।

Get real time updates directly on you device, subscribe now.