fbpx

କଣ ମହିଳାଙ୍କ ପାଖରେ ନାହିଁ ବୈବାହିକ ଦୁଷ୍କର୍ମକୁ ‘ଦୁଷ୍କର୍ମ’ କହିବାର ଅଧିକାର? ହାଇକୋର୍ଟରେ ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ: ବୈବାହିକ ଦୁଷ୍କର୍ମକୁ ନେଇ ଅନେକ ସମୟରେ ବିବାଦ ଲାଗି ରହିଥାଏ । ବର୍ତ୍ତମାନ ଏହି ସମ୍ବନ୍ଧୀୟ ଆଇନ ଅନୁଯାୟୀ, ସ୍ୱାମୀଙ୍କ କ୍ଷେତ୍ରରେ ଆପତ୍ତି ଉଚ୍ଛେଦକୁ ସମର୍ଥନ କରାଯାଇଛି। ଶୁକ୍ରବାର ଦିନ ଏକ ଆମିକସ୍ କ୍ୟୁରି ଦିଲ୍ଲୀ ହାଇକୋର୍ଟରେ ପ୍ରଶ୍ନ ଉଠାଇଛି ଯେ, ଆଜିକା ସମୟରେ ଜଣେ ପତ୍ନୀ, ତାଙ୍କ ସହିତ ହେଉଥିବା ବଳାତ୍କାରକୁ ବଳାତ୍କାର ବୋଲି କହିବାରୁ ବଞ୍ଚିତ ହୋଇରହିବା; କେତେ ଦୂର ଠିକ୍? ଓ ଉକ୍ତ ମହିଳାଙ୍କୁ ଏହି କାର୍ଯ୍ୟ ପାଇଁ ନିଜର ସ୍ୱାମୀଙ୍କ ବିରୋଧରେ କ୍ରୁରତା ପାଇଁ ରହିଥିବା ବ୍ୟବସ୍ଥା ବା ପ୍ରାବଧାନର ସାହାରା ନେବାକୁ କୁହାଯିବା ଉଚିତ୍ କି ନୁହେଁ? ଏସବୁକୁ କେତେ ଦୂର ଠିକ୍ ବୋଲି ଧରାଯିବ, ଏନେଇ ପ୍ରଶ୍ନ କରାଯାଇଛି ।

ମ୍ୟାରିଟାଲ୍ ରେପ୍ କୁ ଏକ ଅପରାଧ ଭାବରେ ଗଣାଯିବା ଆବେଦନ ଉପରେ ନିଷ୍ପତ୍ତି ନେବାରେ କୋର୍ଟକୁ ସହାୟତା କରୁଥିବା ଆମିକସ୍ କ୍ୟୁରି ଭାବେ ନିଯୁକ୍ତ କରାଯାଇଥିବା ବରିଷ୍ଠ ଅଧିବକ୍ତା ରାଜଶେଖର ରାଓ କହିଛନ୍ତି ଯେ, କିଏ ବି ଏହା କହୁନାହାନ୍ତି ଯେ ସ୍ୱାମୀର କୌଣସି ଅଧିକାର ନାହିଁ । ହେଲେ ପ୍ରଶ୍ନ ଏହା ଯେ, କଣ ତାଙ୍କର ଉକ୍ତ ପ୍ରାବଧାନ ଅଧୀନରେ ଆଇନର କଠୋରତାରୁ ବଞ୍ଚିବାର ଅଧିକାର ରହିଛି? କଣ ସେ ମାନୁଛନ୍ତି ଯେ, ଆଇନ ତାଙ୍କୁ ଏଥିରୁ ବର୍ତ୍ତିବା ପାଇଁ ଦେବ?

ତେବେ ଆଇପିସି ଧାରା ୩୭୫(ଦୁଷ୍କର୍ମ) ଅଧୀନରେ ନିୟମ ରହିଛି ଯେ, କୌଣସି ବ୍ୟକ୍ତି ଦ୍ୱାରା ତାର ପତ୍ନୀଙ୍କ ସହିତ ଶାରୀରିକ ସମ୍ବନ୍ଧକୁ ବଳାତ୍କାରର ଅପରାଧରୁ ମୁକ୍ତ କରିଥାଏ । କିନ୍ତୁ ଏପରି ମାମଲାରେ ପତ୍ନୀଙ୍କ ବୟସ ୧୫ ବର୍ଷରୁ ଅଧିକ ରହିଥିବା ଆବଶ୍ୟକ । ଜଷ୍ଟିସ୍ ରାଜୀବ ଶକଧର୍ ଓ ଜଷ୍ଟିସ୍ ସି ହରିଶଙ୍କରଙ୍କ ପୀଠ ସାମନାରେ ଦସ୍ତାବିଜ୍ ଦିଆଯାଇଛି ଯେ, ଯଦି ପ୍ରାବଧାନ ବା ବ୍ୟବସ୍ଥା ଏହା ସନ୍ଦେଶ ଦେଉଛି ତାହେଲେ କଣ ଏହା କୌଣସି ପତ୍ନୀଙ୍କ ଅସ୍ତିତ୍ୱ ଉପରେ ମୌଳିକ ହମଲା ନୁହେଁ?

ଏହି ମାମଲାରେ ଆମିକସ୍ କ୍ୟୁରି କହିଛନ୍ତି ଯେ, “କଣ କିଏ ଏହି ଦଲୀଲ ଦେଇପାରିବ ଯେ, ଏହା ଯୁକ୍ତିଯୁକ୍ତ, ନ୍ୟାୟୋଚିତ ଓ ନିଷ୍ପକ୍ଷ ଯେ, କୌଣସି ପତ୍ନୀଙ୍କ ପାଖରେ ଆଜିକା ସମୟରେ ବଳାତ୍କାର କୁ ବଳାତ୍କାର ବୋଲି କହିବା ଅଧକାରରୁ ବଞ୍ଚିତ କରାଯିବା ଦରକାର ଏବଂ ଏହା ବଦଳରେ ଏହାକୁ ଧାରା ୪୯୮ଏ(ବିବାହିତା ମହିଳାଙ୍କ ପ୍ରତି କ୍ରୁରତା) ଭାବରେ ଗ୍ରହଣ କରାଯିବା ଉଚିତ୍ ” । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୭ ତାରିଖରେ ହେବାକୁ ଯାଉଛି ।

 

Get real time updates directly on you device, subscribe now.