fbpx

ଫାର୍ମ ହାଉସରେ ଦେଢ଼ ମାସ କାଳ ଯୁବତୀଙ୍କୁ ବନ୍ଧକ ରଖି ଗଣଦୁଷ୍କର୍ମ, ପ୍ରାଇଭେଟ୍ ପାର୍ଟରେ ଜଳନ୍ତା ସିଗାରେଟ୍….

ଇନ୍ଦୋର: ଦେଢ଼ ମାସ ପର୍ଯ୍ୟନ୍ତ ଫାର୍ମ ହାଉସ୍ ରେ ବାନ୍ଧି ରଖି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ମାମଲା ସାମନାକୁ ଆସିଛି । ଏହିଭଳି ଏକ ମାମଲା ଇନ୍ଦୋରରୁ ଆସିଛି । ଛତିଶଗଡ଼ର ଜଣେ ଯୁବତୀଙ୍କ ଅପହରଣ କରି ଇନ୍ଦୋରରେ ବାନ୍ଧି ରଖି ଗଣଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି । ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ସହିତ ଦୁଷ୍କର୍ମ ହେବା ସହିତ ପ୍ରାଇଭେଟ୍ ପାର୍ଟକୁ ଦାନ୍ତରେ ଖଣ୍ଡିଆ କରାଯିବା ସହିତ ସ୍ଥାନରେ ସିଗାରେଟ୍ ଲଗାଯାଇଛି ।

ସୂଚନା ଅନୁସାରେ, ଯୁବତୀ ଜଣକ ମୂଳରୁପରେ ଛତିଶଗଡ଼ର ବେମେତରା ଅଞ୍ଚଳର । ଯୁବତୀଙ୍କ ବୟସ ୩୨ ବର୍ଷ ହୋଇଥିବା ଜଣାପଡ଼ିଛି । ଶନିବାର ଦିନ ସେ ପୋଲିସ୍ ପାଖରେ ଏହି ମାମଲାରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ରାଜେଶ ବିଶ୍ୱଶର୍ମା ନାମକ ଜଣେ ଯୁବକଙ୍କ ସହିତ ମାଟ୍ରିମୋନିଆଲ୍ ସାଇଟ୍ ରେ ପରିଚିତ ହୋଇଥିଲେ । ଏହାପରେ କଥାବାର୍ତ୍ତା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା । ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ରାଜେଶ ଇନ୍ଦୋର ନେଇଥିଲା । ସେଠାରେ ତାର ଏକ ଫାର୍ମ ହାଉସ୍ କୁ ନେଇ ଯୁବତୀଙ୍କୁ ରଖିଥିଲା ।

ସେଠାରେ ରଖି ଯୁବତୀଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିଥିଲା । ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ବନ୍ଧ ରଖିବା ପରେ ରାଜେଶ ନିଜ ସାଙ୍ଗ ମାନଙ୍କୁ ମଧ୍ୟ ସେଠାକୁ ଡାକିଥିଲା । ସେମାନେ ଉକ୍ତ ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିଲେ । ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ତାଙ୍କ ସହିତ ସେହି ଫାର୍ମ ହାଉସ୍ ରେ ରାଜେଶ ଓ ତାର ତିନି ଜଣ ସାଙ୍ଗ ଦୁଷ୍କର୍ମ କରିଥିବା କହିଛନ୍ତି ପୀଡ଼ିତା । ଖାଲି ସେତିକି ନୁହେଁ ପ୍ରାଇଭେଟ୍ କୁ ଦାନ୍ତରେ ଖଣ୍ଡିଆ କରିବା ସହିତ ସେହି ସବୁ ସ୍ଥାନରେ ଜଳନ୍ତା ସିଗାରେଟ୍ ଲଗାଇଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ।

ପ୍ରାୟ ଦେଢ଼ ମାସକାଳ ଏପରି ଅତ୍ୟାଚାର କରିବାପରେ ମୁଖ୍ୟ ଅଭିଯୁକ୍ତ ରାଜେଶ ନିଜ ସାଙ୍ଗ ମାନଙ୍କ ସହ ମିଶି ପୀଡ଼ିତାଙ୍କୁ ଛତିଶଗଡ଼ ପଠାଇଦେଇଥିଲା । ଏହା ବ୍ୟତୀତ ଘଟଣା ସମ୍ପର୍କରେ କାହା ଆଗରେ ନ କହିବାକୁ ଧମକ ମଧ୍ୟ ଦେଇଥିଲା । ଯୁବତୀ ଶନିବାର ଦିନ ଇନ୍ଦୋରରେ ପହଞ୍ଚି ପୂରା ଘଟଣା ପୋଲିସ୍ କୁ ଜଣାଇଥିଲେ ଓ ଅଭିଯୋଗ କରିଥିଲେ । ଏହାପରେ ପୋଲିସ୍ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି ।

 

Get real time updates directly on you device, subscribe now.