ରାଇଘର, (ଭାସ୍କର ନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ରାଇଘର ଥାନାର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଥାନା ପରିସରରେ ସାନିଟାଇଜର କରାଯାଇଛି । ଥାନା ପରିସରରେ ଥିବା ଚାରି ଦିଗରେ ସ୍ୱତନ୍ତ୍ର ଭାବରେ ସାନିଟାଇଜର କରାଯାଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଦୁଇ ଦିନ ପୂର୍ବରୁ ଥାନା ସମ୍ମୁଖରେ ଥିବା ଏସବିଆଇ ବ୍ୟାଙ୍କର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ୪୮ ଘଣ୍ଟା ବନ୍ଦ କରାଯାଇଥିଲା । ଉକ୍ତ ଅଞ୍ଚଳ ପ୍ରତେକ ସମୟରେ ଜନ ଗହଳି ରହି ଆସିଥିବା ବେଳେ ରାଇଘର ସଦର ମହକୁମାରେ ମଧ୍ୟ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ ଗୋଟିଏ ଦିନ ମାଇକ ଯୋଗେ ପ୍ରଚାରିତ କରି ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ବେଳେ ସ୍ଥିତି ଯେଉଁ ଭଳି ବଢିବାରେ ଲାଗିଛି ସଚେତନ ସହ ଯାଞ୍ଚ ପ୍ରକ୍ରିୟା କଡାକଡି କରିବା ଆବଶ୍ୟକତା ରହିଛି । ବିନା ମାସ୍କରେ ଲୋକେ ଯାତାୟତ ସହ ବ୍ୟବସାୟୀ ସମଦୁରତାକୁ ଗୁରୁତ୍ୱ ଦେଉ ନାହାନ୍ତି । ଧିରେ ଧିରେ ସ୍ଥିତି ଗମ୍ଭିର ହେଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ବିହିତ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ରାଇଘର ସଦର ମହକୁମାରେ ପ୍ରତେକ ସମୟରେ ଗହଳି ବୃଦ୍ଧି ହେବାରେ ଲାଗିଛି । ପ୍ରଶାସନର ନିରବତା କୁ ଦେଖି ଅସାଧୁ ବ୍ୟବସାୟୀ ରାଜ୍ ଆରମ୍ଭ କରି ସାରିଲେଣି । ଛତିଶଗଡ ସୀମାନ୍ତ ଅଞ୍ଚଳ ବୋଲି ଆଦିବାସୀ ଅଧ୍ୟ୍ୟୁଷିତ ଦୁର୍ଗମ ଅଞ୍ଚଳର ଜନ ସାଧାରଣଙ୍କୁ ଅଧିକ ସଚେତନତା କରିବା ଆବଶ୍ୟକତା ରହିଛି ନଚେତ୍ ଗତ ଥର ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । କ୍ରମାଗତ ଭାବରେ ସଦର ମହକୁମାର ଅନେକ ଜନସାଧାରଣ କରୋନା ଆକ୍ରାନ୍ତ ହେଉଥିବା ବେଳେ ସମସ୍ତେ ନିଜେ ସଚେତନ କରି ସଚେତନତା ହେବା ଆବଶ୍ୟକତା ରହିଛି ।