fbpx

ସ୍ୱଳ୍ପ ନିବେଶରେ ଆରମ୍ଭ କରନ୍ତୁ ବ୍ୟବସାୟ: ମାସକୁ ଆୟ କରିବେ ଲକ୍ଷେ ଟଙ୍କା

ନୂଆଦିଲ୍ଳୀ: ଯଦି ଆପଣ ଚାକିରି କରିବା ପାଇଁ ଆଗ୍ରହୀ ନାହାନ୍ତି ତେବେ ଆପଣଙ୍କ ପାଇଁ ଖୁଶି ଖବର । କୃଷି କ୍ଷେତ୍ର ସହିତ ଜଡିତ ନଥିବା ଅଥବା କୌଣସି ଋତୁ ସହିତ ଜଡିତ ନଥିବା ବ୍ୟବସାୟ ଆପଣ କରିପାରିବେ । ଏହି ବ୍ୟବସାୟରେ ଆପଣଙ୍କୁ ମାତ୍ର ୫୦ ହଜାରରୁ ୧.୫ ଲକ୍ଷ ଟଙ୍କା ଯାଏଁ ନିବେଶ କରିବାକୁ ପଡିବ ।  ଏହି ସ୍ୱଳ୍ପ ନିବେଶରେ ଆପଣ ମାସିକ ୧ ଲକ୍ଷ ଟଙ୍କା ଯାଏଁ ଅର୍ଥ ଉପାର୍ଜନ କରିବାର ସୁଯୋଗ ପାଇପାରିବେ । ପୋଲଟ୍ରି(ଅଣ୍ଡା) ବ୍ୟବସାୟରୁ ଆପଣ ଏମିତି କମ ନିବେଶରେ ଲାଭବାନ ହୋଇପାରିବେ ।

ଛୋଟ ଆକାରର ପଲଟ୍ରି ଫାର୍ମ କରିବା ପାଇଁ ଆପଣଙ୍କୁ ୫୦ ହଜାର ଯାଏଁ ନିବେଶ ଆବଶ୍ୟକ । ଏହାକୁ ବଡ ଆକାରରେ କରିବାକୁ ଚାହିଁଲେ ଆପଣଙ୍କୁ ୧.୫ ଲକ୍ଷରୁ ୩.୫ ଲକ୍ଷ ଟଙ୍କାର ନିବେଶ ଆବଶ୍ୟକ ପଡିବ । ବିଭିନ୍ନ ଘରୋଇ ସଂସ୍ଥା ଏଥିପାଇଁ ଋଣ ପ୍ରଦାନ କରୁଥିବା ବେଳେ ସରକାର ମଧ୍ୟ ସବସିଡି ପ୍ରଦାନ କରୁଛନ୍ତି । ସାଧାରଣ ବର୍ଗ ପାଇଁ ୨୫ ପ୍ରତିଶତ ଏବଂ ଅନୁସୂଚିତ ଜାତି ଓ ଜନଜାତି ପାଇଁ ୩୫ ପ୍ରତିଶତ ସବସିଡି ମିଳିବ । ଏହି ଚାଷରେ ଆପଣ କୁକୁଡା ଏବଂ ଅଣ୍ଡା ଉଭୟ ବିକ୍ରି କରି ଲାଭବାନ ହୋଇପାରିବେ ।

ଯଦି ଆପଣ ୧୫୦୦ ଶହ କୁକୁଡା ରଖୁଛନ୍ତି ତେବେ ଆପଣଙ୍କୁ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହା ସହିତ ଏହି କୁକୁଡାଙ୍କ ୫ ମାସ(୨୦ ସପ୍ତାହ)ର ଖାଇବା ଓ ଔଷଧ ବାବଦରେ ୧ରୁ ୧.୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୨୦ ସପ୍ତାହ ପରେ କୁକୁଡାମାନେ ଅଣ୍ଡା ଦେବା ଆରମ୍ଭ କରିଥାନ୍ତି । ଏହାପରେ ଏମାନଙ୍କ ଖାଇବାରେ ପାଇଁ ପ୍ରାୟ ୩-୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଗୋଟିଏ କୁକୁଡା ବର୍ଷକୁ ପ୍ରାୟ ୨୯୦ଟି ଅଣ୍ଡା ଦେଇଥାଏ । ସେହି ହିସାବରେ ୧୫୦୦ କୁକୁଡାରୁ ବର୍ଷକୁ ୪ ଲକ୍ଷ ୩୫ ହଜାର ଅଣ୍ଡା ସଂଗୃହୀତ ହୋଇଥାଏ । ଏହିପରି ଭାବରେ ବର୍ଷକୁ ୪ ଲକ୍ଷ ଅଣ୍ଡା ବିକିଲେ ବି ୧୪ ଲକ୍ଷରୁ ଅଧିକ ଟଙ୍କାର ଲାଭ ହୋଇଥାଏ ।

Get real time updates directly on you device, subscribe now.