ଡାଭୋସ ସମ୍ମିଳନୀ ଅଧାରେ ବନ୍ଦ ହେଲା ମୋଦୀଙ୍କ ଟେଲିପ୍ରମ୍ପଟର: ତେରେଛା ବାଣ ମାରିଲେ ରାହୁଲ, ଟ୍ୱିଟ କରି କହିଲେ ଏମିତି [video]
ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଭାଷଣକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ମୋଦୀଙ୍କ ଭାଷଣ ସର୍ବଦା ଚମକ୍ରାର ରହୁଥିବା ବେଳେ ବିଶ୍ୱ ଅର୍ଥନୈତିକ ସମ୍ମିଳନୀରେ ହଟହଟାର ସମ୍ମୁଖୀନ ହୋଇଛନ୍ତି ମୋଦୀ । କିଛି ଟେକ୍ନିକାଲ ଅସୁବିଧା କାରଣରୁ ମୋଦୀଙ୍କ ଭାଷଣରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ମୋଦୀଙ୍କ ଟେଲିପ୍ରମ୍ପଟର ଖରାପ ହେବା କାରଣରୁ ଭାଷଣ ପ୍ରଭାବିତ ହୋଇଥିବା ନେଇ ସୋସିଆଲ ମିଡିଆରେ ମିମ ଭାଇରାଲ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ୩୦-୪୦ ସେକେଣ୍ଡ ପର୍ଯ୍ୟନ୍ତ କିଛି କହି ପାରି ନଥିଲେ ।
इतना झूठ Teleprompter भी नहीं झेल पाया।
— Rahul Gandhi (@RahulGandhi) January 18, 2022
ଏପରିକି ବିପକ୍ଷ ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଏତେ ମିଛ କହୁଛନ୍ତି କି ଟେଲି ପ୍ରମ୍ପଟର ମଧ୍ୟ ଏହାକୁ ସହ୍ୟ କରି ପାରିଲାନି ବୋଲି ଟ୍ୱିଟ କରିଥିଲେ ରାହୁଲ । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟୋକ୍ତି ପ୍ରଦାନ କରାଯାଇନାହିଁ । ଦେଖନ୍ତୁ ଭିଡିଓ…
Man who ashamed India at International level
#TeleprompterPM pic.twitter.com/GMPpVmibrG— ????? ????? (@Manav_SS_Gupta) January 18, 2022