fbpx

ପଞ୍ଚାୟତ ନିର୍ବାଚନ ୨୦୨୨: ଦ୍ୱିତୀୟ ଦିନରେ ୧୩୫୫୬ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ତାତି ଧୀରେ ଧୀରେ ବଢିବାରେ ଲାଗିଛି । ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଦ୍ୱିତୀୟ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ଦ୍ୱିତୀୟ ଦିନରେ ସମୁଦାୟ ୧୩୫୫୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୧୩ ହଜାର ୫୫୬ ଜଣଙ୍କ ମଧ୍ୟରୁ ୱାର୍ଡ ମେମ୍ବର ପଦବୀ ପାଇଁ ୧୦,୭୩୪ ଜଣକ ନାମାଙ୍କନ ଦାଖଲ କରିଥିବା ବେଳେ ୧୫୪୬ ଜଣ ସରପଞ୍ଚ ପ୍ରାର୍ଥୀ ରହିଛନ୍ତି । ସେହିପରି ଭାବରେ ୧୦୩୪ ଜଣ ସମିତି ସଭ୍ୟ ପ୍ରାର୍ଥୀ ଏବଂ ୪୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଏନେଇ ପୂର୍ବରୁ ଘୋଷଣା କରିଥିବା ବେଳେ ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ଆସନ୍ତା ଫେବୃଆରୀ ୧୬ ତାରିଖରୁ ମୋଟ ୫ଟି ପର୍ୟ୍ୟାୟରେ ଭୋଟ ଗ୍ରହଣ କରାଯିବ । ଆସନ୍ତା ୧୭ରୁ ୨୧ ମଧ୍ୟରେ ନାମାଙ୍କନପତ୍ର ଦାଖଲ, ୨୨ରେ ଯାଞ୍ଚ, ୨୫ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୨୫ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ବୋଲି କୁହାଯାଇଛି ।

Get real time updates directly on you device, subscribe now.