fbpx

ନାବାଳକ ପ୍ରେମରେ ଦୁଇ ସନ୍ତାନର ମା’: ଫେରାର ହେବାବେଳେ ଧରାପଡି ଖାଇଲେ ଉତ୍ତମ ମଧ୍ୟମ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ବାପ ଘରକୁ ଯିବାକୁ କହି ସ୍ୱାମୀଙ୍କୁ ୩୦୦ ଟଙ୍କା ମାଗିଲେ । ଆଉ ତା ପରେ ନିଜ ନାବାଳକ ପ୍ରେମିକ ସହ ଛୁ ମାରିଲେ ମହିଳା । ଏଭଳି ଏକ ଚାଞ୍ଚଲ୍ୟକର ଖବର ମୟୂରଭଂଜ ଜିଲ୍ଲା କରଞ୍ଜିଆ କଚେରି ଗାଁରୁ ଆସିଛି । ଜଣେ ୩୫ ବର୍ଷିୟା ମହିଳା ନିଜ ପ୍ରେମିକ ସହ ଫେରାର ଥିବାରୁ ସ୍ୱାମୀଙ୍କ ହାତ ଧରାପଡିଥିଲେ । ତାଙ୍କୁ ତାଙ୍କ ସ୍ୱାମୀ ଯେତେେ ବୁଝାଇଥିଲେ ସୁଦ୍ଧା ସେ ତାଙ୍କ ପ୍ରେମିକକୁ ଛାଡି ଯିବାକୁ ସିଧା ସିଧା ମନା କରିଥିଲେ । ଏପରିକି ମହିଳାଙ୍କୁ ସେଠାରେ ଥିବା ଅନ୍ୟ କେତେକ ମହିଳା ଆସି ବୁଝାଇଥିଲେ ସୁଧା ସେ ମାନିନଥିଲେ । ଅଭିଯୋଗ ଅନୁସାରେ ଧଳାବାଣି ପଂଚାୟତର ଜଣେ ବିବାହିତା ମହିଳା ବଡ଼ଦେଉଳି ଗାଁର ଜଣେ ନାବାଳକକୁ ପ୍ରେମ କରୁଥିଲେ । ତେବେ ସେ ତାଙ୍କ ସ୍ୱାମୀଙ୍କୁ ବାପା ଘରକୁ ଯିବାକୁ କହି ପଇସା ମାଗିଥିଲେ । ଏହା ପରେ ସେ ବାପ ଘରକୁ ନଯାଇ ନାବାଳକ ସହ ଚମ୍ପଟ ମାରିଥିଲେ । ପରେ ସ୍ୱାମୀ ତାଙ୍କ ଶ୍ୱଶୁରଙ୍କୁ ଫୋନ କରିବାରୁ ମହିଳାଜଣକ ସେଠାରେ ପଂହଚି ନଥିବା ତାଙ୍କ ଶ୍ୱଶୁର କହିଥିଲେ ।

ଏହା ପରେ ମହିଳାଙ୍କ ସ୍ୱାମୀ ବ୍ୟସ୍ତ ହେବା ସହ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ତାଙ୍କ ସ୍ତ୍ରୀ ବଡ଼ଦେଉଳି ଗ୍ରାମର ଜୈନିକ ନାବାଳକକୁ ଧରି ଫେରାର ହେବା ସହ ସାହାରପଡ଼ାରେ ଲୁଚିଥିଲେ । ଉଭୟ ନାବାଳକଙ୍କ ପରିବାର ଓ ମହିଳାଙ୍କ ସ୍ବାମୀ ତାଙ୍କୁ ସେଠାରୁ ବୁଝାସୁଝା କରି ଥାନାକୁ ଆଣିଥିଲେ । । କଚେରି ପରିସରରେ ପହଞ୍ଚିବା ପରେ ମଧ୍ୟ ମହିଳା ଜଣକ ନାବାଳକକୁ ଛାଡ଼ୁ ନଥିଲେ । ଯାହାକୁ ଦେଖି ଉଭୟ ପକ୍ଷ ମହିଳାଙ୍କୁ ଥାନାକୁ ଯିବାକୁ କହିବା ସତ୍ତ୍ବେ ସେ ନଛାଡ଼ିବାରୁ ଉଭୟ ପକ୍ଷର ମହିଳା ମାନେ ବଳପୂର୍ବକ ମହିଳାଙ୍କ ଠାରୁ ନାବାଳକକୁ ଅଲଗା କରିଥିଲେ । ସେପଟେ ଏହି ଘଟଣା ପରେ ଏବେ ମହିଳାଙ୍କ ସ୍ବାମୀ ତାଙ୍କୁ ଗ୍ରହଣ କରିବାକୁ ଏବେ ନାରାଜ ଥିବାବେଳେ ନାବାଳକ ପିଲାକୁ ଘର ଲୋକ ବୁଝାସୁଝା କରି ଘରକୁ ନେଇଥିବା ଜଣାଯାଇଛି । ମହିଳାଙ୍କ ୨ ଟି ସନ୍ତାନ ଜଣେ ୧୩ ବର୍ଷ ଓ ଅନ୍ୟ ଜଣେ ୭ ବର୍ଷର ଥିବା ସ୍ୱାମୀ ଜଣକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.