fbpx

ଏଲପିଜି ଗ୍ୟାସ୍ ବୁକିଂ କଲେ ମିଳୁଛି ବମ୍ପର୍ କ୍ୟାସବ୍ୟାକ୍, ଜାଣନ୍ତୁ କିପରି ଉଠାଇବେ ଲାଭ

ନୂଆଦିଲ୍ଲୀ: ଗୋଟେ ପଟେ କରୋନା ମହାମାରୀ ଓ ଅନ୍ୟପଟେ ମହଙ୍ଗା ମାଡ଼ ସାଧାରଣ ଲୋକଙ୍କୁ ହନ୍ତସନ୍ତ କରୁଛି । ଏହି ପରିସ୍ଥିତିରେ ଆପଣ ଯଦି ଚାହୁଁଛନ୍ତି ଶସ୍ତାରେ ଗ୍ୟାସ ସିଲିଣ୍ଡର ବୁକିଂ କରିବାକୁ ତାହେଲେ ଏହି ଅଫର୍ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଡିଜିଟାଲ ପେମେଣ୍ଟ୍ ସୁବିଧା ପ୍ରଦାନକାରୀ ପକେଟ୍ସ ଆପ୍ ଜରିଆରେ ଆପଣ ଯଦି ଏଲପିଜି ସିଲିଣ୍ଡର୍ ବୁକିଂ କରିବା ଦ୍ୱାରା ନିଶ୍ଚିତ କ୍ୟାସବ୍ୟାକ୍ ର ସୁବିଧା ମିଳୁଛି ।

ଗ୍ରାହକମାନେ ପକେଟ୍ ଆପ୍ ମାଧ୍ୟମରେ ଗ୍ୟାସ୍ ସିଲିଣ୍ଡର ବୁକିଂ କଲେ୧୦ ପ୍ରତିଶତ (ସର୍ବାଧିକ ୫୦ ଟଙ୍କା) କ୍ୟାସବ୍ୟାକ୍ ପାଇପାରିବେ । ଏହି ଆପ୍ ଆଇସିଆଇସିଆଇ ବ୍ୟାଙ୍କ ଦ୍ୱାରା ପରିଚାଳିତ ହେଉଛି । ଯଦି ଆପଣ ପକେଟ ଆପ୍ ମାଧ୍ୟମରେ ୨୦୦ କିମ୍ବା ତା’ଠାରୁ ଅଧିକ ଗ୍ୟାସ୍ ବୁକିଂ ସହିତ କୌଣସି ପ୍ରକାରର ବିଲ୍ ପେମେଣ୍ଟ୍ କରୁଛନ୍ତି, ତେବେ ଆପଣଙ୍କୁ ୧୦ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ । ଅଫର ପାଇବାକୁ ଗ୍ରାହକମାନେ କୌଣସି ପ୍ରୋମୋକୋଡ୍ ଲଗାଇବା ଆବଶ୍ୟକ ନାହିଁ ।

ତେଣୁ ଆପଣ ପକେଟ୍ ଆପ୍ କୁ ଯାଇ ଗ୍ୟାସ ବୁକିଂ କରନ୍ତୁ ଓ ବୁକିଂ ଟଙ୍କା ପେମେଣ୍ଟ୍ କରିବା ପରେ ଆପଣଙ୍କୁ କ୍ୟାସବ୍ୟାକ୍ ମିଳିଯିବ । ଏହି କ୍ୟାସବ୍ୟାକ୍ କୁ ଆପଣ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିପାରିବେ । କାର୍ରଣ ଏହି କ୍ୟାସବ୍ୟାକ୍ କୁ ପକେଟ୍ ଆପ୍ ର ୱାଲେଟ୍ କୁ ଦିଆଯାଇଥାଏ ।

Get real time updates directly on you device, subscribe now.