fbpx

ଭଲ ପ୍ରଦର୍ଶନ କରିଥିବା ସ୍କୁଲ ପିଲାଙ୍କୁ ଉପହାରରେ ମିଳିଲା ଘୁଷୁରୀ, ଭିଡ଼ିଓ ଭାଇରାଲ

ବିଜିଂ: ସାଧାରଣତଃ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଉତ୍ସାହ ବଢ଼ାଇବାକୁ ପୁରସ୍କାରରେ ସମ୍ମାନୀତ କରାଯାଏ । କିନ୍ତୁ ଚୀନର ଏକ ସ୍କୁଲରେ ପିଲାଙ୍କୁ ଉପହାର ଭାବେ ଯାହା ଦିଆଗଲା, ତାହା ଆପଣ ପୂର୍ବରୁ କେବେ ବି ଶୁଣିନଥିବେ । ସେହି ସ୍କୁଲରେ ଭଲ ପ୍ରଦର୍ଶନ କରିଥିବା ପିଲାଙ୍କୁ ଘୁଷୁରୀ ଉପହାର ଦିଆଯାଇଛି । ଏହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଚୀନର ପ୍ରାଥମିକ ସ୍କୁଲର ଏହି ନିଆରା ଉପହାର ଉପରେ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁସାରେ, ଚୀନର ୟିଲିଆଙ୍ଗ ଜିଲ୍ଲାରେ ଥିବା ଜିଆଙ୍ଗୟାଙ୍ଗ ଏଲିମେଣ୍ଟ୍ରି ସ୍କୁଲ ଭଲ ପ୍ରଦର୍ଶନ କରୁଥିବା ପିଲାଙ୍କୁ ଘୁଷୁରୀ ଉପହାର ଦେଇଛି । ସ୍କୁଲର କିଛି ପିଲା ବର୍ଷସାରା କଠିନ ପରିଶ୍ରମ କରି ପଢ଼ିବା ସହ ଭଲ ପ୍ରଦର୍ଶନ କରିଥିଲେ । ଯେତେବେଳେ ତାଙ୍କର କଠିନ ପରିଶ୍ରମକୁ ସମ୍ମାନ ଦେବାର ସମୟ ଆସିଲା, ସ୍କୁଲ ପକ୍ଷରୁ ତାଙ୍କୁ ଏହି ଅଦ୍ଭୁତ ଉପହାର ଦିଆଗଲା । ସ୍କୁଲର ପାଖାପାଖି ୨୦ ପିଲାଙ୍କୁ ସେମାନଙ୍କ ଭଲ ପ୍ରଦର୍ଶନ ପାଇଁ ସମ୍ମାନୀତ କରାଯାଇଥିଲା । ସମ୍ମାନ ସମାରେହରେ ସେମାନଙ୍କ ମାତା-ପିତାଙ୍କୁ ମଧ୍ୟ ଡକାଯାଇଥିଲା । ସ୍କୁଲ ଶିକ୍ଷକଙ୍କ କହିବା ମୁତାବକ, ଏହି ଉପହାର ପଛର କାରଣ ହେଉଛି ପିଲାଙ୍କୁ ଉତ୍ସାହିତ କରିବା ଓ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ସୁଧାରିବା ।

Get real time updates directly on you device, subscribe now.