fbpx

ଦେଶର ସର୍ବବୃହତ୍ ସଂସଦୀୟ କ୍ଷେତ୍ର UPରେ କିପରି ରହିଛି BJPର ସ୍ଥିତି, ଗଡ଼ ଦଖଲ କରିବ ନା ହାତରୁ ଯିବ?

ନୂଆଦିଲ୍ଲୀ: ଆଗକୁ ନିର୍ବାଚନ ଥିବାବେଳେ ବର୍ତ୍ତମାନ ସମଗ୍ର ଭାରତବର୍ଷର ରାଜନୀତି ଚେଇଁ ଉଠିଛି । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ ଚର୍ଚ୍ଚାରେ ରହିଛି ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶ । କାରଣ ମେନ୍ ସବଜେକ୍ଟରେ ଅଧିକ ମାର୍କ ଆଣି ପାରିଲେ ହିଁ ଦଳ ଟପ୍ ପୋଜିସନ୍ ହାସଲ କରିବ । ତେବେ ୪୦୩ ସଦସ୍ୟ ବିଶିଷ୍ଟ ୟୁପି ବିଧାନସଭା ନିର୍ବାଚନର ଫଳାଫଳକୁ ଦେଶବାସୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ବିଜେପି କ’ଣ ପୁଣି ଥରେ ୟୁପିରେ ଗାଦି ସମ୍ଭାଳିବା ନା ମାଟି କାମୁଡ଼ିବ । ୟୁପି ଦଖଲ ପାଇଁ ଭାଜପା ନିଜର ସମସ୍ତ ସେନାପତି, ଧୁରନ୍ଧର, ଚାଣକ୍ୟ, ନୀତି ନିର୍ଦ୍ଧାରକ ପରି ମହା ମହା ବ୍ରହ୍ମାସ୍ତଙ୍କୁ ପ୍ରୟୋଗ କରି ସାରିଛି । ଦେଖାଯାଉ ଏମାନେ ସମସ୍ତେ କାମରେ ଆସୁଛନ୍ତି ନା ଫସର ଫଟାଉଛନ୍ତି ।

ଏକ ସର୍ଭେ ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମତଦାତାଙ୍କ ପ୍ରଥମ ପସନ୍ଦ । ବର୍ତ୍ତମାନ ଯଦି ଦେଶରେ ଲୋକସଭା ନିର୍ବାଚନ ହୁଏ, ତେବେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ୨୯୬ଟି, ମିଳିତ ପ୍ରଗତିଶୀଳ ମେଣ୍ଟ (ୟୁପିଏ)କୁ ୧୨୬ ଓ ଅନ୍ୟ ଦଳଙ୍କୁ ୧୨୦ଟି ସିଟ୍ ମିଳିବ । ୟୁପିର ଲୋକସଭା ନିର୍ବାଚନରେ ଏନଡିଏକୁ ୬୭ଟି, ସମାଜବାଦୀ ପାର୍ଟିକୁ ୧୦ଟି, ବହୁଜନ ସମାଜବାଦୀ ପାର୍ଟିକୁ ୨ଟି ଓ କଂଗ୍ରେସକୁ ଗୋଟିଏ ସିଟ୍ ମିଳିବ । ୟୁପି ବିଧାନସଭା ନିର୍ବାଚନରେ ବିଜେପିକୁ ୨୦୦ରୁ ୨୫୦, ସପାକୁ ୧୦୦-୧୫୦, ବସପାକୁ ୨୦ ଓ କଂଗ୍ରେସକୁ ୧୫ ମଧ୍ୟରେ ସିଟ୍ ମିଳିବ ବୋଲି ବିଭିନ୍ନ ସର୍ଭେରୁ ଜଣାପଡ଼ିଛି । ଗତ ଅଗଷ୍ଟ ମାସରେ ହୋଇଥିବା ସର୍ଭେରେ ମୋଦିଙ୍କୁ ୫୩ ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ ନିକଟରେ ଜାନୁଆରୀ ମାସରେ ୫୯ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି ।

Get real time updates directly on you device, subscribe now.