fbpx

ଗୋଆ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢ଼ିବେ ଉତ୍ପଳ ପାରିକର: ପାନାଜୀରୁ ଲଢ଼ିବା ନେଇ କଲେ ଘୋଷଣା

ଗୋଆ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢ଼ିବେ ଦିବଙ୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର । ଏନେଇ ଶୁକ୍ରବାର ଘୋଷଣା କରିଛନ୍ତି ଉତ୍ପଳ ପାରିକର । ଏହା ସହ ବିଜେପିରୁ ଇସ୍ତଫା ଦେବା କଥା ମଧ୍ୟ କହିଛନ୍ତି ଉତ୍ପଳ । ସେ କହିଛନ୍ତି ଆଗାମୀ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପାଣାଜୀରୁ ନିର୍ବାଚନ ଲଢ଼ିବେ । ଏହି ସିଟରୁ ତାଙ୍କ ବା ଲଗାତାର ଭାବରେ ନିର୍ବାଚନ ଜିତୁଥୁଲେ । ୨୦୧୯ ରେ ତାଙ୍କର ମୃତ୍ୟୁ ପରେ ବିଜେପି ଏହି ସିଟ୍ ରୁ ଏଟେନାସସିୟୋ ବାବୁଶ ମାଜ୍ରେଣ୍ଟଙ୍କୁ ଛିଡ଼ା କରିଥିଲା ସେ ନିର୍ବାଚନ ଜିତିଥିଲେ ମଧ୍ୟ । ବିଜେପି ପୁଣି ଥରେ ତାଙ୍କୁ ଏହି ସିଟ୍ ରୁ ପ୍ରାର୍ଥୀ କରିଛି ।

ଏହା ପୂର୍ବରୁ ଉତ୍ପଳ ପାରିକର ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନିଷ୍ପତ୍ତି ଘୋଷଣା କରିବେ ବୋଲି କହିଥିଲେ । ସେପଟେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜେପି ଉତ୍ପଳଙ୍କ ସହ ଆଲୋଚନା କରୁଥିବା ନେଇ ଦାବି କରିଥିଲା । ଗୁରୁବାର ବିଜେପି ଗୋଆ ପାଇଁ ୩୪ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଏବଂ ପାନାଜୀ ଆସନରୁ ପୁଣି ଥରେ ଏଟେନାସସିୟୋ ବାବୁଶ ମାଜ୍ରେଣ୍ଟଙ୍କୁ ପ୍ରାର୍ଥୀ କରିଛି । ଗୋଆରେ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ମନୋହର ପାରିକରଙ୍କ ମୃତ୍ୟୁ ପରେ ଉପ ନିର୍ବାଚନରେ ଜିତିଥିବା ବିଧାୟକଙ୍କୁ ବଦଳାଇବା ଠିକ୍ ନୁହେଁ । ସୂଚନାଯୋଗ୍ୟ, ଏହି ସିଟ୍ ମନୋହର ପାରିକରଙ୍କ ପାଖରେ ଦୀର୍ଘ ୨୫ ବର୍ଷ ଧରି ରହିଥିଲା ।

Get real time updates directly on you device, subscribe now.