ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆଜି ଇଣ୍ଡିଆ ଗେଟରେ ଲାଗିବ ତାଙ୍କ ହୋଲୋଗ୍ରାମ୍ ପ୍ରତିମା, ଅନାବରଣ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ହେଉଛି ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷର ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଗେଟ୍ ରେ ନେତାଜୀଙ୍କର ହୋଲୋଗ୍ରାମ ପ୍ରତିମୂର୍ତ୍ତିକୁ ଅନାବରଣ କରିବେ । ତେବେ ଇଣ୍ଡିଆ ଗେଟ୍ ରେ ନେତାଜୀଙ୍କ ଗ୍ରାନାଇଟରେ ତିଆରି ପ୍ରତିମୂର୍ତ୍ତି ଲାଗିବ । କିନ୍ତୁ ଯେ ପର୍ଯ୍ୟନ୍ତ ତାହା ତିଆରି ହୋଇନାହିଁ, ସେ ଯାଏ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଶୋଭା ପାଇବ । ପିଏମ୍ ମୋଦୀ ଆଜି ସନ୍ଧ୍ୟା ୬ ଟାରେ ନେତୀଜୀଙ୍କର ହୋଲୋଗ୍ରାମ ପ୍ରତିମା ଅନାବରଣ କରିବାର ଯୋଜନା ରହିଛି ।
ସୂଚନା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଟୁଇଟ୍ କରି କହିଥିଲେ ଯେ, ପୂରା ଦେଶ ଯେଉଁ ସମୟରେ ନେତଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀ ପାଳନ କରୁଛି, ମୁଁ ଏହି କଥା କହିବାକୁ ଯାଇ ଖୁବ୍ ଖୁସି ଯେ, ତାଙ୍କର ଭବ୍ୟ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍ ରେ ଲଗାଯିବ । ଏହା ନେତାଜୀଙ୍କୁ ଭାରତ ତରଫରୁ କୃତଜ୍ଞତାର ପ୍ରତୀକ ହେବ ।
At a time when the entire nation is marking the 125th birth anniversary of Netaji Subhas Chandra Bose, I am glad to share that his grand statue, made of granite, will be installed at India Gate. This would be a symbol of India’s indebtedness to him. pic.twitter.com/dafCbxFclK
— Narendra Modi (@narendramodi) January 21, 2022
ଜାଣିଥାନ୍ତୁ ଯେ, ହୋଲୋଗ୍ରାଫିକ୍ ଏକ ପ୍ରକାର ଡିଜିଟାଲ ଟେକନିକ୍ । ଯାହାକି ପ୍ରୋଜେକ୍ଟର୍ ମାଧ୍ୟମରେ କାମ କରିଥାଏ । ତେବେ ଏହାକୁ ୩ଡି ଆକାର ଦିଆଯାଇଥାଏ । ହୋଲୋଗ୍ରାଫିକ୍ ପ୍ରତିମୂର୍ତ୍ତି ଦେଖିବାକୁ ଏକଦମ୍ ଅସଲି ଲାଗିଥାଏ । କିନ୍ତୁ ଏହା ଅସଲି ହୋଇନଥାଏ । ଏହା କେବଳ ଏକ ୩ଡି ଡିଜିଟାଲ ଇମେଜ୍ ।