fbpx

୧୦୨୬ ଟ୍ରେନ୍ ବାତିଲ କଲା ରେଳବାଇ, ୧୦ ଟି ଟ୍ରେନର ବଦଳିଲା ରୁଟ୍

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ପ୍ରତିଦିନ ବିକାଶ କାର୍ଯ୍ୟ, କୁହୁଡି ଓ ପାଣିପାଗ କାରଶରୁ ଶହ ଶହ ଟ୍ରେନ୍ ବାତିଲ କରାଯାଉଛି । ଏହାରେ ସୂଚନା ରେଲୱେର ଅଫିସିଆଲ ୱେବସାଇଟରେ ପ୍ରତିଦିନ ଜାରି ହେଉଛି । ଭାରତୀୟ ରେଳୱେ ୨୨ ଜାନୁଆରୁ ୨୦୨୨ରେ ୧୦୨୬ରୁ ଅଧିକ ଟ୍ରେନକୁ ବାତିଲ କରିଛି । ଏହା ବ୍ୟତୀତ ଅନ୍ୟ କିଛି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି ।

ରେଲୱେର ଅଫିସିଆଲ ୱେବସାଇଟ enquiry.indianrail.gov.in ରେ ସକାଳ ୮.୩୦ରେ ଦିଆଯାଇଥିବା ଅପଡେଟ ଅନୁସାରେ, ରବିବାରରେ ରେଲୱେ ପକ୍ଷରୁ ୧୦୨୬ ଟ୍ରେନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ସେହିପରି ୨୪ଟି ଆଂଶିକ ବାତିଲ ହୋଇଛି । ଏହା ବ୍ୟତୀତ ୧୦ଟି ଟ୍ରେନର ରୁଟରେ ପରିବର୍ତ୍ତନ କରାଯାଇଛି । ୧୫ଟି ଟ୍ରେନର ସିଡ୍ୟୁଲ କରାଯାଇଛି । ଏପରି ପରିସ୍ଥିତିରେ ଯଦି ଆପଣ ଯାତ୍ରା କରିବାକୁ ପୋଗ୍ରାମ କରୁଛନ୍ତି, ତେବେ ଯିବା ପୂର୍ବରୁ ଲିଷ୍ଟ ଚେକ୍ କରି ବାହାରନ୍ତୁ । ରେଲୱେର ଅଫିସିଆଲ ୱେବସାଇଟ enquiry.indianrail.gov.in ମାଧ୍ୟମରେ ଆପଣ ସମ୍ପୂର୍ଣ୍ଣ ଲିଷ୍ଟ ଚେକ୍ କରିପାରିବେ ।

Get real time updates directly on you device, subscribe now.