fbpx

ଘରେ ବସି ଜେନେରେଟ୍ କରିପାରିବେ SBI ଡେବିଟ୍ କାର୍ଡ ପିନ୍, ବାସ୍ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଜର ଗ୍ରାହକଙ୍କ ସୁବିଧା ପାଇଁ ଆଇଭିଆର୍ ସିଷ୍ଟମ୍ ଆରମ୍ଭ କରିଛି । ଏବେଠାରୁ ଏସବିଆଇ କଷ୍ଟମର୍ ମାନେ କୌଣସି ପ୍ରକାର ସମସ୍ୟା ହେଲେ ଡେବିଟ୍ କାର୍ଡର ନୂତନ ପିନ୍ ଜେନେରେଟ୍ କରିପାରିବେ । ତାହା ପୁଣି ମାତ୍ର ଗୋଟିଏ ଫୋନ୍ କଲ୍ ରେ । ଖାସ୍ କଥା ହେଉଛି ଏହି ଏସବିଆଇ ଗ୍ରାହକ ମାନେ ରେଜିଷ୍ଟଡର୍୍ ନମ୍ବର ବ୍ୟତୀତ ଅନ୍ୟ ନମ୍ବରରେ ମଧ୍ୟ ଗ୍ରୀନ୍ ପିନ୍ ଜେନେରେଟ୍ କରିପାରିବେ । ଚାଲନ୍ତୁ ଜାଣିବା କିପରି…

ବ୍ୟାଙ୍କ ତରଫରୁ ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛି । ଏଥିରେ କୁହାଯାଇଛି, ଗ୍ରାହକ ମାନେ ଟୋଲ୍ ଫ୍ରୀ ଆଇଭିଆର୍ ସିଷ୍ଟମ୍ ଜରିଆରେ ଖଉବ୍ ସହଜରେ ଡେବିଟ୍ କାର୍ଡ ପିନ୍ ବା ଗ୍ରୀନ୍ ପିନ୍ ଜେନେରେଟ୍ କରିପାରିବେ । ୧୮୦୦ ୧୨୩୪ ରେ କଲ୍ କରି ପିନ୍ ଜେନେରେଟ୍ କରିପାରିବେ । ଏହା ବ୍ୟତୀତ ଆପଣ ୧୮୦୦-୧୧-୨୨ କିମ୍ବା ୧୮୦୦-୪୨୫-୩୮୦୦ ରେ କଲ୍ କରିପାରିବେ ।

ଏହି ନମ୍ବରକୁ କଲ୍ କରିବା ପରେ ଏସବିଆଇ ତରଫରୁ କଷ୍ଟମର୍ ଙ୍କ ସହ ଜଡ଼ିତ ସର୍ଭିସ୍ ପାଇଁ ନମ୍ବର ୨ ଦବାଇବାକୁ ହେବ । ଏହାପରେ ପିନ୍ ଜେନେରେଟ୍ ପାଇଁ୧ ଚିପିବାକୁ ହେବ ।

Get real time updates directly on you device, subscribe now.