fbpx

ବଳପୂର୍ବକ ଶାରୀରିକ ସମ୍ପର୍କକୁ ସବୁବେଳେ ଦୁଷ୍କର୍ମ କୁହାଯାଇ ପାରିବନି, ପତ୍ନୀଙ୍କ ସହମତି ଥିଲା କି ନାଇଁ କେମିତି ଜାଣିବା: କେନ୍ଦ୍ର

ନୂଆଦିଲ୍ଲୀ: ଆଜିକାଲି ସମାଜରେ ପତି-ପତ୍ନୀଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ ରାୟ ଆସିଥାଏ । ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କକୁ ସବୁବେଳେ ଦୁଷ୍କର୍ମର ଆଖ୍ୟା ଦିଆଯାଇ ପାରିବନି । ଏଭଳି କ୍ଷେତ୍ରରେ ପଶ୍ଚିମ ଦେଶଗୁଡ଼ିକୁ ଅନ୍ଧଭାବେ ଅନୁସରଣ କରିବା ନିଶ୍ଚିତ ଭାବେ କ୍ଷତିକାରକ । ଭାରତରେ ଅନେକ ସ୍ଥାନରେ ଯୌତୁକ ନିରୋଧୀ ଆଇନର ଦୁରୂପଯୋଗ କରାଯାଉଛି । ଶାରୀରିକ ସମ୍ପର୍କ ସମୟରେ ପତ୍ନୀଙ୍କର ସହମତି ଥିଲା କି ନାଇଁ ତାହା ପ୍ରମାଣ କରିବା ଏକ ମୁସ୍କିଲ କାମ । ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଯୁକ୍ତି ଉପସ୍ଥାପନ କରାଯାଇଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପତି-ପତ୍ନୀଙ୍କ କ୍ଷେତ୍ରରେ ଘଟୁଥିବା ଏଭଳି ମାମଲାର ବିଚାର ପାଇଁ କୌଣସି ସଠିକ୍ ବ୍ୟବସ୍ଥା ନାହିଁ । ପତ୍ନୀ ଶାରୀରିକ ସମ୍ପର୍କ ରକ୍ଷା ନେଇ ଅସହମତି ପ୍ରକାଶ କରିଥିଲେ ବୋଲି କେମିତି ଜାଣିବା? ଅଶିକ୍ଷା, ସ୍ୱାଧୀନତାର ଅଭାବ, ମହିଳାଙ୍କ ମାନସିକତା, ଦାରିଦ୍ର୍ୟ ଆଦି ବିଭିନ୍ନ କାରଣରୁ ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥାଏ । ଏଭଳି ମାମଲାଗୁଡ଼ିକ କ୍ଷେତ୍ରରେ ସାବଧାନତାର ସହିତ ନିଷ୍ପତ୍ତି ନେବା ଦରକାର ।

Get real time updates directly on you device, subscribe now.