fbpx

୮୦ ନିୟୁତ ଡଲାର୍‌ କ୍ରିପ୍ଟୋକରେନ୍ସି ଚୋରି କଲେ ହ୍ୟାକର, ଫେରାଇବାକୁ ଅନୁରୋଧ କରିବା ସହ ପୁରସ୍କାର ଘୋଷଣା କଲା କମ୍ପାନୀ

ନୂଆଦିଲ୍ଲୀ: ଦିନକୁ ଦିନ ହ୍ୟାକର ମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ହ୍ୟାକରମାନେ କ୍ରିପ୍ଟୋକରେନ୍ସିକୁ ଟାର୍ଗେଟ କରୁଛନ୍ତି । ତେବେ କ୍ୟୁବିଟ୍‌ ଫାଇନାନ୍ସ ନାମକ ଏକ ଡିସେଣ୍ଟ୍ରାଲାଇଜଡ୍‌ ଫାଇନାନ୍ସ ପ୍ଲାଟଫର୍ମର ହ୍ୟାକରମାନେ ୮୦ ନିୟୁତ ଡଲାର କ୍ରିପପ୍ଟୋକରେନ୍ସି ଚୋରିକରିନେଇଛନ୍ତି । ଯାହାର ପାଖାପାଖି ମୂଲ୍ୟ ୬୦୦ କୋଟି ଟଙ୍କା । ସବୁଠୁ ବଡ଼ କଥା ହେଉଛି ଚୋରି ହୋଇଯାଇଥିବା କ୍ରିପ୍ଟୋକରେନ୍ସି ଫେରି ପାଇବା ପାଇଁ କମ୍ପାନି ହ୍ୟାକରମାନଙ୍କୁ ଅନୁରୋଧ କରିଛି । କ୍ରିପ୍ଟୋକରେନ୍ସି ଫେରାଇଦେଲେ ସେମାନଙ୍କୁ ମୋଟାଅଙ୍କର ପୁରସ୍କାର ଦିଆଯିବ ବୋଲି ଘୋଷଣା ମଧ୍ୟ କରିଛି । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଚୋରି ହୋଇଥିବା କ୍ରିପ୍ଟୋକରେନ୍ସି ମଧ୍ୟରେ ଏହି ରାଶି ସର୍ବାଧିକ । କ୍ୟୁବିଟ୍‌ ଫାଇନାନ୍ସ ଉକ୍ତ ହ୍ୟାକ ଘଟଣାକୁ ସ୍ୱୀକାର କରିଛି । ଉଦ୍ଧାର ପାଇଁ କି ପଦକ୍ଷେପ ନିଆଯାଇ ପାରିବ ସେ ନେଇ କମ୍ପାନି ବିଶେଷଜ୍ଞ ଏବଂ ନେଟୱର୍କ ପାର୍ଟନରମାନଙ୍କ ସହ ଆଲୋଚନା ଚଳାଇଛି ।

Get real time updates directly on you device, subscribe now.