fbpx

(Video) ଉଲ୍ଲଘଂନ କଲେ ନିର୍ବାଚନ ଆଚରଣ ବିଧି: ପ୍ରଚାର ବେଳେ ଟଙ୍କା ବାଣ୍ଟିଲେ ସରପଞ୍ଚ ପ୍ରାର୍ଥୀ

ରାଜ୍ୟରେ ବହୁଛି ପଞ୍ଚାୟତ ନିର୍ବାଚନର ହାୱା । ଜୋରସୋର୍ ରେ ନିର୍ବାଚନ ପ୍ରଚାରରେ ଲାଗିପଡ଼ିଛନ୍ତି ପ୍ରାର୍ଥୀ । ହେଲେ ଏବେ ନିର୍ବାଚନକୁ ନେଇ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଥିବାର ଅଭିଯୋଗ ହୋଇଛି । କାରଣ ପ୍ରଚାର ବେଳେ ଖୁଲମଖୁଲା ଟଙ୍କା ବାଣ୍ଟୁଛନ୍ତି ପ୍ରାର୍ଥୀ, ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

ପଞ୍ଚାୟତ ନିର୍ବାଚନରେ ଖୁଲମଖୁଲା ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ । ପ୍ରଚାର ବେଳେ ଭୋଟରଙ୍କ ହାତରେ ଧରାଇ ଦେଉଛନ୍ତି ୫ ଶହ ଟଙ୍କିଆ ନୋଟ୍ । ପକେଟରେ ବି ଧରିଛନ୍ତି ବିଡ଼ା ବିଡ଼ା ଟଙ୍କା । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ ।ପୂର୍ବରୁ ମଧ୍ୟ ଜଣେ ଠିକାଦାରଙ୍କ ଠାରୁ ଟଙ୍କା ନେଉଥିବା ବେଳର ଭିଡ଼ିଓ ଭାଇରାଲ ହୋଇଥିଲା ।ଠେମରା ସରପଞ୍ଚଙ୍କ ସ୍ୱାମୀ ଲକ୍ଷ୍ମୀକାନ୍ତ ବାଗଙ୍କ ଅଖଣ୍ଡ ପ୍ରଭାଵ ରହିଥିବା ବେଳେ କଣ୍ଟାବାଞ୍ଜି ବିଧାୟକ ଙ୍କ ମଧ୍ୟ ଖାସ ଲୋକ ।ବର୍ତ୍ତମାନ ଠେମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।ଭୋଟର ଙ୍କୁ ଆକୃଷ୍ଟ କରିବା ପାଇଁ ତାଙ୍କୁ ସ୍ବାଗତ କରୁଥିବା ସମୟରେ ଲୋକଙ୍କୁ ଟଙ୍କା ଦେଉଥିବା ବେଳର ଭିଡିଓ ଭାଇରାଲ ହୋଇଛି । ଏ ସମ୍ପର୍କରେ ନିର୍ବାଚନ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.