fbpx

ପ୍ରେମିକାର ଅତ୍ୟାଚାର ହେଲା ଅସହ୍ୟ: ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲା ପ୍ରେମିକ(ଦେଖନ୍ତୁ ଭିଡିଓ)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରେମିକାର ଅତ୍ୟାଚାର ସହି ନପାରି ଆତ୍ମହତ୍ୟା କରିଛି ପ୍ରେମିକ । ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ଅଞ୍ଚଳରେ । ବ୍ୟବସାୟୀ ତଥା ମଡେଲ ସୌମ୍ୟ ଆତ୍ମହତ୍ୟା କରିଛନ୍ତି । ଏହା ସହିତ ସୁଇସାଇଡ ନୋଟରେ ପ୍ରେମିକା ସୋନାଲି ନନ୍ଦଙ୍କୁ ଦାୟୀ କରି ଆତ୍ମହତ୍ୟା କରିଛନ୍ତି । ପ୍ରେମିକା ସାରସ୍ୱତ ନାମକ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡିଥିଲେ । ଏହାକୁ ସହ୍ୟ କରିନପାରି ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ ପ୍ରେମିକ ।

ଦୁଇ ବର୍ଷ ତଳେ ଏକ ଜିମରେ ଉଭୟଙ୍କ ସୌମ୍ୟ ଓ ସୋନାଲିଙ୍କ ମଧ୍ୟରେ ଦେଖା ହୋଇଥିଲା । ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ମଧ୍ୟ ହୋଇଥିଲା । ଏପରିକି ଉଭୟ ଏକାଠି ମଧ୍ୟ ରହୁଥିଲେ । କମ ଦିନ ମଧ୍ୟରେ ଉଭୟଙ୍କ ବିବାହ ହୋଇଥାନ୍ତା ବୋଲି କହିଛନ୍ତି ସୌମ୍ୟଙ୍କ ଭିଣେଇ । ସୋନାଲି ତାଙ୍କୁ ଚିଟ୍ କରୁଥିବା ନେଇ ଦୀର୍ଘ ୨୯ ଦିନ ହେବ ମନସ୍ତାପରେ ରହିଥିଲେ ସୌମ୍ୟ । ଶେଷରେ ବିଫଳ ପ୍ରେମିକ ସୌମ୍ୟ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ । ଦେଖନ୍ତୁ ଭିଡିଓ…..

Get real time updates directly on you device, subscribe now.