fbpx

ଓଡ଼ିଶାକୁ ରେଳ ଅନୁଦାନ: ଦାବି ୭,୬୦୦ କୋଟି, ମିଳିଲା୯,୭୩୪ କୋଟି,ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୮୯୧ କୋଟି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗତକାଲି କେନ୍ଦ୍ରୀୟ ବଜେଟ ଘୋଷଣା ହେବା ପରେ ଆଜି ଓଡ଼ିଶାକୁ ରେଳ ଅନୁଦାନ ସମ୍ପର୍କରେ ଘୋଷଣା କରାଯାଇଛି । ବିଗତ ବର୍ଷରେ ୫୫୨୮ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ଚଳିତ ବର୍ଷ ବିଭିନ୍ନ ରେଳ ଲାଇନ ପାଇଁ ୯,୭୩୪ କୋଟିର ବ୍ୟୟବରାଦ କରାଯାଇଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଏହା ବ୍ୟତିତ ଅନୁଗୁଳ ସୁକିନ୍ଦା ରେଳ ଲାଇନ ପାଇଁ ୪୭୫ କୋଟି ମଞ୍ଜତୁର କରାଯାଇଛି । ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତାଳଚେର ବିମଳାଗଡ ରେଳ ଲାଇନ ପାଇଁ ୨୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଜୟପୁର-ମାଲକାନଗିରି ପାଇଁ ୧୩ କୋଟି ୮୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ନୌପଡା-ଗୁଣପୁର-ଥେରୁବାଲି ପାଇଁ ୧୦ କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.