fbpx

ଜାତୀୟ ସଙ୍ଗୀତକୁ ଅବମାନନା: ମମତା ବାନାର୍ଜୀଙ୍କୁ ନୋଟିସ ଜାରି କଲେ କୋର୍ଟ

ନୂଆଦିଲ୍ଳୀ: ଜାତୀୟ ସଙ୍ଗୀତକୁ ଅବମାନନା କରିଥିବା ଅଭିଯୋଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ । ଏକ କାର୍ଯ୍ୟକ୍ରମରେ ମମତା ଜାତୀୟ ସଙ୍ଗୀତକୁ ଅବମାନନା କରିଥିବା ନେଇ ଅଭିଯୋଗ ହୋଇଥିଲା । ଗୀତିକାର ଜାଭେଦ୍ ଅଖତରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୁମ୍ବାଇକୁ ଡିସେମ୍ବର ୧ରେ ଯାଇଥିବା ବେଳେ ମମତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ମମତା ମୁଖ୍ୟ ଅତିଥି ରହିଥିଲେ । ଜାତୀୟ ସଙ୍ଗୀତ ଗାନ କରାଯାଉଥିବା ସମୟରେ ସମସ୍ତେ ଛିଡା ହୋଇଥିବା ବେଳେ ମମତା କିନ୍ତୁ ଛିଡା ହୋଇନଥିଲେ । ଏହି ଘଟଣାକୁ ନେଇ ବିବାଦ ଦେଖା ଦେବା ପରେ ମାର୍ଚ୍ଚ ୨ ତାରିଖରେ ଏକ ମାମଲା ରୁଜୁ କରାଯାଇଥିଲା । ବିବେକାନନ୍ଦ ଗୁପ୍ତା ନାମକ ଜନୈକ ଓକିଲ ଏହି ମାମଲା ରୁଜୁ କରିଥିଲେ । ଏହି ମାମଲା ଉପରେ ଶୁଣାଣି କରିବା ସହିତ କୋର୍ଟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ରଖିବା ପାଇଁ ନୋଟିସ ଜାରି କରିଛନ୍ତି ।

Get real time updates directly on you device, subscribe now.