fbpx

ବିୟର ପିଇବା ବେଳେ ଆଦୌ ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ହୋଇପାରେ ସାଂଘାତିକ ସ୍ୱାସ୍ଥ୍ୟ ସମସ୍ୟା

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକାଲି ବିୟର ପିଇବା ଗୋଟିଏ ସାଧାରଣ କଥା ହୋଇ ଗଲାଣି । ବର୍ତ୍ତମାନ ଯେ କୌଣସି ପାର୍ଟି ହେଉ କିମ୍ବା ଉତ୍ସବା, ବିନା ବିୟର ରେ ସମ୍ପୂର୍ଣ୍ଣ ହୋଇ ନଥାଏ । ବିୟର ସମସ୍ତେ ଏଥିପାଇଁ ପିଇ ଥାଆନ୍ତି କାରଣ ଅନ୍ୟ ସମସ୍ତ ଆଲକୋହଲ୍ ତୁଳନାରେ ବିୟରରେ କମ ନିଶା ହୋଇଥାଏ । ଅଧିକାଂଶ ଲୋକ ବିୟର ସହିତ ବିଭିନ୍ନ ଚଟପଟିଆ ଜିନିଷ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ବିଶେଷଜ୍ଞଙ୍କ କହିବାନୁସାରେ, ଏପରି କିଛି ପାଟିକୁ ସୁଆଦ ଲାଗିବା ପରି ଜିନିଷ ବିୟର୍ ସହିତ ଖାଇବା ଉଚିତ୍ ନୁହେଁ । ଏହା ଶରୀର ପକ୍ଷରେ କ୍ଷତିକାରକ ହୋଇଥାଏ । ସୀମିତ ମାତ୍ରାରେ ୱାଇନ କିମ୍ବା ବିୟର ପିଇବା ଶରୀର ପାଇଁ ଲାଭ ଦାୟକ ଅଟେ । କିନ୍ତୁ ଅଧିକ ମାତ୍ରାରେ ସେବନ କରିବା କ୍ଷତିକାରକ ।

ଆସନ୍ତୁ ଜାଣିବା କେଉଁସବୁ ଜିନିଷକୁ ବିୟର ସହିତ ଖାଇବା ଉଚିତ ନୁହେଁ –

– ବ୍ରେଡ କିମ୍ବା ବ୍ରେଡ ରେ ପ୍ରସ୍ତୁତ ଜିନିଷ : ଯଦି ଆପଣ ବିୟର ପିଇବା ପରେ ଗ୍ୟାସ ସମସ୍ୟାର ସମ୍ମୁଖୀନ ହେବା ପାଇଁ ଚାହୁଁ ନାହାନ୍ତି ତେବେ ବ୍ରେଡ କିମ୍ବା ବ୍ରେଡ ରେ ପ୍ରସ୍ତୁତ ଜିନିଷ ଖାଆନ୍ତୁ ନାହିଁ ।

– ଫ୍ରେଞ୍ଚ ଫ୍ରାଏ ଓ ଅନ୍ୟାନ୍ୟ ତୈଳ ଯୁକ୍ତ ଖାଦ୍ୟ : ଆପଣ ବିୟର ସେବନ କରୁଛନ୍ତି ଫ୍ରେଞ୍ଚ ଫ୍ରାଏ କିମ୍ବା ଅନ୍ୟାନ୍ୟ ତୈଳଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ । ଲୁଣିଆ ଓ ତୈଳ ଯୁକ୍ତ ଜିନିଷରେ ଅଧିକ ମାତ୍ରାରେ ସୋଡିୟମ ରହିଥାଏ । ଯାହାକି ଉଚ୍ଚ ରକ୍ତଚାପ ସମସ୍ୟା କରାଇବା ସହିତ ଦେହ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ ।

– ମସଲାଯୁକ୍ତ ଜିନିଷ : ପ୍ରାୟତଃ କିଛି ଲୋକ ରହି ଥାଆନ୍ତି ଯେଉଁମାନେ ବିୟର ସହିତ ମସଲା ଯୁକ୍ତ ଜିନିଷ ଖାଇବାକୁ ପସନ୍ଦ କରି ଥାଆନ୍ତି । କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ମସଲା ଯୁକ୍ତ ଖାଦ୍ୟ ବିୟର ସହିତ ସେବନ କରିବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ ।

ବିୟର ସହିତ କଣ ଖାଇବା ଉଚିତ ?

– ଆପଣ ଯେବେବି ବିୟର ସେବନ କରୁଛନ୍ତି ତା ସହିତ ଗ୍ରୀନ ସାଲାଡ଼, ମିକ୍ସ ଫୃଟ୍ସ୍ ସାଲାଡ଼, ପାଚିଲା ଅମୃତଭଣ୍ଡା, ସେଓ ଇତ୍ୟାଦି ସେବନ କରିବା ଆବଶ୍ୟକ ।

Get real time updates directly on you device, subscribe now.