fbpx

ପୁଣି ଅଡ଼ୁଆରେ ସମୀର ୱାଙ୍ଖଡେ: ରଦ୍ଧ ହେଲା ନାଁରେ ଥିବା ହୋଟେଲର ଲାଇସେନ୍ସ

ଆର୍ୟନ ଖାନ କେସ୍ ରେ ସୂତା ଫିଟାଉ ଥିଲେ । ହେଲେ ଏବେ ନିଜେ ଜାଲରେ ଫସିବାରେ ଲାଗିଛନ୍ତି ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ । ତାଙ୍କ ନାଁ ରେ ଥିବା ଏକ ହୋଟେଲ ଏବଂ ବାର୍ର ଲାଇସେନ୍ସକୁ ଏବେ ରଦ୍ଦ କରି ଦିଆଯାଇଛି ।

ସମୀର ହେଉଛନ୍ତି ସେହି ଅଫିସର ଯେ ମୁମ୍ବାଇ କ୍ରୁଜ ଡ୍ରଗ ପାର୍ଟି ମାମଲାରେ କିଙ୍ଗ ଖାନଙ୍କ ପୁଅ ଆର୍ୟନ ଖାନଙ୍କ କେସ୍ ସମ୍ଭାଳୁଥିଲେ । ଆଉ ପରେ ସେ ନିଜେ ହିଁ ଫସିବାରେ ଲାଗିଥିଲେ । ଏମିତିକି ଖୋଦ ତଦନ୍ତର ଶୀକାର ହୋଇଥିଲେ ସମୀର, ତାଙ୍କ ବ୍ୟକ୍ତିଗତ ପ୍ରସଙ୍ଗ ବି ପଦାରେ ପଡ଼ିଥିଲା । ଆଉ ଏବେ ପୁଣିଥରେ ସମୀରଙ୍କ ନାଁରେ ଥିବା ହୋଟେଲ ତଥା ବାର୍ ର ଲାଇସେନ୍ସ ଥାଣେ ଜିଲ୍ଲାପାଳ ରଦ୍ଦ କରିଦେଇଛନ୍ତି । ଏନେଇ ଥାଣେ ଏସପି ନୀଲେଶ ସାଙ୍ଗଦେ ଅଧିକ ସୂଚନା ଦେଇଛନ୍ତି ।

ପୂର୍ବରୁ ତାଙ୍କ ନାଁ ରେ ଅଭିଯୋଗ ପରେ ଅଭିଯୋଗ ଆସିଛି । ମନ୍ତ୍ରୀ ନୱାବ ମଲ୍ଲୀକ ବି ପ୍ରଶ୍ନବାଣରେ ସମୀରଙ୍କୁ ଘାଇଲା କରିଛନ୍ତି । ୟାପରେ ତାଙ୍କୁ ଆର୍ୟନ ଖାନ କେସ୍ରୁ ତାଙ୍କୁ ହଟାଇ ବି ଦିଆଯାଇଛି । ଏମିତିକି ସେ ଏବେ ଏନସିବିରୁ ବିଦା ହୋଇ ସାରିଛନ୍ତି । ତେଣୁ ଲାଇସେନ୍ସ ରଦ୍ଦ ଘଟଣାକୁ ନେଇ ତାଙ୍କ ଜନ୍ମ ପ୍ରମାଣପତ୍ର ବାବଦରେ ପୁଣି କଣ ତନାଘନା ହେଉଛି ଏବେ ତାକୁ ହିଁ ଅପେକ୍ଷା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.