fbpx

ଡିଲ୍ସେୟାର୍ ପକ୍ଷରୁ ୧୬୫ ନିୟୁତ ଡଲାର୍ ନୂତନ ପାଣ୍ଠି ହାସଲ

ଭୁବନେଶ୍ୱର: ତିନି ବର୍ଷର ସୋସିଆଲ୍ ଇ-କମର୍ସ ଷ୍ଟାର୍ଟଅପ୍ ସଂସ୍ଥା ଡିଲ୍ସେୟାର୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ସିରିଜ୍ ଇ ପାଣ୍ଠି ଉଠାଣ ପର୍ଯ୍ୟାୟରେ ୧୬୫ ନିୟୁତ ଡଲାର୍ ପାଣ୍ଠି ହାସଲ କରିଛି । ଟାଇଗର୍ ଗ୍ଲୋବାଲ୍ ଓ ଆଲ୍ଫା ୱେଭ୍ ଗ୍ଲୋବାଲ୍ (ଫାଲ୍କନ୍ ଏଜ୍) ଭଳି ପୁରୁଣା ନିବେଶକଙ୍କ ପ୍ରତିବଦ୍ଧତା ସହିତ କଂପାନି ଡ୍ରାଗୋନିୟର୍ ଇନ୍ଭେଷ୍ଟ୍ମେଂଟ୍ ଗ୍ରୁପ୍, କୋରା କ୍ୟାପିଟାଲ୍ ଓ ୟୁନିଲିଭର୍ ଭେଂଚର୍ସକୁ ନିବେଶକ ଭାବେ ସ୍ୱାଗତ କରିଛି ।

କଂପାନି ଏହାର ଗ୍ରାହକ ସଂଖ୍ୟା ଓ ରାଜସ୍ୱକୁ ବଢ଼ାଉଛି ଯାହା ଖୁବ୍ଶୀଘ୍ର ୧ ବିଲିଅନ୍ ଡଲାର୍ରେ ପହଂଚିବ । କଂପାନି ଏବେ ଯେଉଁ ନୂତନ ପାଣ୍ଠି ହାସଲ କରିଛି ତାହାକୁ ପ୍ରଯୁକ୍ତି ଓ ଡାଟା ସାଇନ୍ସରେ ବ୍ୟବହାର କରିବ । ଏହା ସହିତ କଂପାନି ଏହାର ଲଜିଷ୍ଟିକ୍ସ ଭିତିଭୂମିରେ ୧୦ ଗୁଣା ବୃଦ୍ଧି କରିବ ଏବଂ ଭୌଗୋଳିକ ଉପସ୍ଥିତି ବଢ଼ାଇବା ସହ ଅଫ୍ଲାଇନ୍ ଷ୍ଟୋର୍ ମଧ୍ୟ ସ୍ଥାପନ କରିବ ।

ବିନୀତ ରାଓ, ପ୍ରତିଷ୍ଠାତା ଓ ସିଇଓ, ଡିଲ୍ସେୟାର୍ କହିଛନ୍ତି ଯେ, “ଡିଲ୍ସେୟାର୍ ହେଉଛି ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଇ-କମର୍ସ କଂପାନି । ଗତ ଏକ ବର୍ଷ ଭିତରେ ଆମ ରାଜସ୍ୱ ଓ ଗ୍ରାହକ ସଂଖ୍ୟା ୧୩ ଗୁଣ ବଢ଼ିଥିବା ବେଳେ ଲାଭରେ ଉନ୍ନତି ହୋଇଛି । ୧୦ ନିୟୁତରୁ ଅଧିକ ଗ୍ରାହକ ସଂଖ୍ୟା ସହିତ ଆମେ ୧୦ଟି ରାଜ୍ୟରେ ଥିବା ୧୦୦ରୁ ଅଧିକ ସହରକୁ ଆମର ଭୌଗୋଳିକ ଉପସ୍ଥିତିକୁ ସମ୍ପ୍ରସାରିତ କରିପାରିଛୁ । ଆମ କଂପାନି ସାରା ଦେଶରେ ୫୦୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।

ଗ୍ରିଫିନ୍ ସ୍କ୍ରୋଡର୍, ପାର୍ଟନର୍, ଟାଇଗର୍ ଗ୍ଲୋବାଲ୍ କହିଛନ୍ତି ଯେ, “ଡିଲ୍ସେୟାର୍ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ଏକ ଉଲ୍ଲେଖନୀୟ ଗ୍ରାହକ ସଂଖ୍ୟା ଗଠନ କରିବା ସହ ଏକ ଦୃଢ଼ ନେତୃତ୍ୱ ଟିମ୍ ଏହାର ଅଭିନବ ସାମାଜିକ ବାଣିଜ୍ୟ ରଣନୀତିକୁ କାର୍ଯ୍ୟକାରୀ କରୁଛି । ଡିଲ୍ସେୟାର୍ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ପ୍ରବେଶ କରୁଥିବା ବେଳେ ଭାରତରେ ଇ-କମର୍ସର ପରବର୍ତୀ ଅଭିବୃଦ୍ଧିର ତରଙ୍ଗକୁ ଶକ୍ତି ପ୍ରଦାନ କରିବା ଭଳି ବହୁତ ଭଲ ସ୍ଥିତିରେ ରହିଛି ।’’

ସୌର୍ଯେ୍ୟନ୍ଦୁ ମେଡା, ପ୍ରତିଷ୍ଠାତା, ଚିଫ୍ ବିଜ୍ନେସ୍ ଅଫିସର, ଡିଲ୍ସେୟାର୍ କହିଛନ୍ତି ଯେ, “ଆମେ ଆମ ବ୍ୟବସାୟରେ ଉଚ୍ଚ ଅଭିବୃଦ୍ଧି ଦେଖୁଛୁ । ଚଳିତ ବର୍ଷ ଆମେ ଆମର ଉପସ୍ଥିତିକୁ ୨୦ଟି ରାଜ୍ୟର ୨୦୦ରୁ ଅଧିକ ସହରରେ ପହଂଚାଇବୁ ଏବଂ ପରିଚାଳନା ଦୃଷ୍ଟିରୁ ଲାଭଜନକ ହେବା ସହ ବାର୍ଷିକ ରାଜସ୍ୱକୁ ୩ ବିଲିଅନ୍ ଡଲାର୍ ପର୍ଯ୍ୟନ୍ତ ବଢ଼ାଇବା ଭଳି ଉଲ୍ଲେଖନୀୟ ଲକ୍ଷ୍ୟ ରଖିଛୁ । ଆସନ୍ତା ୧୨ ମାସ ଭିତରେ ଆମେ ୫୦ ନିୟୁତ ନୂଆ ଗ୍ରାହକ ଯୋଡ଼ିବାକୁ ଚାହୁଁଛୁ ।’’

ନବରୋଜ ଡି ଉଡୱାଡିଆ, ସହ ପ୍ରତିଷ୍ଠାତା ଓ ପାର୍ଟନର୍, ଆଲ୍ଫା ୱେଭ୍ ଗ୍ଲୋବାଲ୍ କହିଛନ୍ତି ଯେ, “ଏହି ପର୍ଯ୍ୟାୟର ନିବେଶ କିବା ଏବଂ ଡିଲ୍ସେୟାର୍କୁ ସହାୟତା ଜାରି ରଖିଥିବାରୁ ଆମେ ବେଶ୍ ଆନନ୍ଦିତ । ଡିଲ୍ସେୟାର୍ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ବାସ କରୁଥିବା ଏହାର ମୂଲ୍ୟ ସଚେତନ ମଧ୍ୟବିତ ଭାରତୀୟ ଗ୍ରାହକମାନଙ୍କୁ ଯେଉଁମାନେ ଭୋକାଲ୍ ଫର୍ ଲୋକାଲ୍ / ଆଂଚଳିକ ଉତ୍ପାଦର ପ୍ରସାର କରୁଛନ୍ତି ସେମାନଙ୍କୁ ବେଶ୍ ଉଚିତ ମୂଲ୍ୟ ପ୍ରଦାନ କରୁଛି ।’’

Get real time updates directly on you device, subscribe now.