fbpx

ପ୍ରେମ ପାଇଁ ହରାଇଲେ ଜୀବନ: ବୟଫ୍ରେଣ୍ଡ ସହ ଦେଖାକରିବାକୁ ଯାଇଥିଲେ ୬ ହଜାର କିମି ଦୂର

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ନଥାଏ କୌଣସି ସୀମା । କିଏ କେତେ ଦୂରରେ ଥାଉନା କାହିଁକି ପ୍ରେମ ବାନ୍ଧି ରଖେ ପରସ୍ପରକୁ । ଆଉ ବେଳେବେଳେ ପ୍ରେମ ପାଇଁ ତ୍ୟାଗ ମଧ୍ୟ କରିବାକୁ ପଡ଼ିଥାଏ । କିଛି ଏଭଳି ଘଟଣା ଘଟିଛି କାନାଡାର ୧୯ ବର୍ଷୀୟ ଯୁବତୀ ଏଶେଲଙ୍କ କ୍ଷେତ୍ରରେ । ଏଶଲେ ତାଙ୍କ ବୟଫେଣ୍ଡଙ୍କୁ ଦେଖାକରିବାକୁ ସୁଦୂର ୟୁକେକୁ ଯାଇ ହରାଇଛନ୍ତି ଜୀବନ ।

‘ମିରର ୟୁକେ’ ର ଏକ ରିପୋର୍ଟ ଅନୁଯାୟୀ । ଏଶଲେ ନିଜ ବୟଫ୍ରେଣ୍ଡଙ୍କ ସହ ଦେଖା କରିବାକୁ ପ୍ରାୟ ୬୦୦୦ କିମି ଦୂର ୟୁକେ ଯାଇଥିଲେ । ଆଉ ତାଙ୍କ ବୟଫ୍ରେଣ୍ଡଙ୍କୁ ଦେଖାକରିଥିଲେ କିନ୍ତୁ ଫେରିବାରୁ ଦୁଇ ଦିନ ପୂର୍ବରୁ ତାଙ୍କୁ କେହି ହତ୍ୟା କରିଛି । ସୂଚନା ଅନୁଯାୟୀ, ତାଙ୍କ ବୟଫ୍ରେଣ୍ଡ ଜ୍ୟାକ ସେପଲଙ୍କ ସହ ଦେଖାକରିବାକୁ ଭରନେନ୍ ସହର ଯାଇଥିଲେ ।

ବିଦେଶରୁ ଯେତେବେଳେ ଝିଅର ମୃତ୍ୟୁ ଖବର ଆସିଥିଲା ଏହାକୁ ଶୁଣି ସ୍ତବ୍ଧ ହୋଇପଡ଼ିଥିଲେ ପରିବାର ଲୋକ । ତେବେ ବର୍ତ୍ତମାନ ଯାଞ୍ଚ ଏଜେନ୍ସୀ ହତ୍ୟାକାଣ୍ଡର ଯାଞ୍ଚରେ ଲାଗିପଡ଼ିଛି । କିଭଳି ଏବଂ କେଉଁ ପରିସ୍ଥିତିରେ ତାଙ୍କୁ ହତ୍ୟା କରଯାଇଛି ସେନେେଇ ଯାଞ୍ଚ କରିବା ସହ ତାଙ୍କ ବୟଫ୍ରେଣ୍ଡଙ୍କୁ ମଧ୍ୟ ଏ ସମ୍ବନ୍ଧରେ ପଚରାଉଚରା କରୁଛି ପୋଲିସ୍ ।

Get real time updates directly on you device, subscribe now.