fbpx

ରାଜ୍ୟପାଳ ତୁମକୁ କଲ୍ କରୁଛନ୍ତି କି? ପୋଲିସଙ୍କ ଉପରେ ଭଡ଼କିଲେ ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ମଧ୍ୟରେ ବିବାଦ ଏବେ ପଦାରେ ପଡ଼ିଲାଣି । ଉଭୟ ପରସ୍ପରକୁ ଅନେକ ସମୟରେ ଆରୋପ ପ୍ରତ୍ୟାରୋପ କରୁଥିବାର ନଜର ଆସୁଛନ୍ତି । ଏହାରି ମଧ୍ୟରେ ରାଜ୍ୟପାଳ ଜଗଦୀପ ଧନଖଡ଼ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ପୋଲିସ ଅଧିକାରୀଙ୍କୁ କହୁଛନ୍ତି ଯେ ‘କେବେ ତୁମକୁ ନିର୍ଦ୍ଦେଶ ମିଳିଥିଲା କି କ’ଣ କରିବା ଦରକାର କିମ୍ବା କ’ଣ ନକରିବା ଦରକାର? ଏଥିରେ ପଡ଼ ନାହିଁ । ମନେ ରଖ ତୁମେ ରାଜ୍ୟ ସରକାରଙ୍କ ଡ୍ୟୁଟିରେ ଅଛ ।’

ଗୁରୁବାର ରାଜ୍ୟପାଳ ଜଗଦୀପ ଧନଖଡ଼ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଥିଲେ । ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶାସନିକ ବୈଠକ କରାଯାଉଛି । ଯେଉଁଥିରେ ମମତା ପୂର୍ବ ମେଦିନୀପୁର ଜିଲ୍ଲାର ପୋଲିସ ଅଧୀକ୍ଷକଙ୍କ ଏପରି କହୁଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ‘ମୁଁ ଆପଣଙ୍କୁ ଏଠାକୁ ଭଲ କାମ କରିବା ପାଇଁ ପଠାଇଛି, କିନ୍ତୁ ମତେ ଅଭିଯୋଗ ମିଳୁଛି । ଯଦି ଆପଣଙ୍କୁ ଲାଗୁଛି ଯେ ରାଜନୀତିକ ଚାପ କାରଣରୁ କାମ କରିବାରେ ଅସୁବିଧା ହେଉଛି ତା’ହେଲେ ଆପଣ ମତେ ସିଧାସଳଖ କହିପାରିବେ । ଅନ୍ୟ କାହାର କଥା ଶୁଣିବା ଦରକାର ନାହିଁ ।

ରାଜ୍ୟପାଳ ଧାନଖଡ଼ ଏହି ଭିଡିଓ ଶେୟାର କରିବା ସହ ଲେଖିଛନ୍ତି ‘ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଏସପି ପର୍ଯ୍ୟନ୍ତ ମିଡିଆର ଚମକରେ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ଉପରେ ରାଜ୍ୟର ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ବରିଷ୍ଠ ଅଧିକାରୀଙ୍କୁ ଧମକ ଦେଇଥିବାର ଅଭିଯୋଗ ଆଣିଥିଲେ ।

 

Get real time updates directly on you device, subscribe now.