fbpx

ଜମ୍ମୁରେ ଏନକାଉଣ୍ଟର: ଲସ୍କର-ଇ-ତୋଏବାର ୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ଲସ୍କର-ଇ-ତୋଏବାର ଦୁଇଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା ବାହିନୀ । ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ନାମ ଇଖଲାକ ହାଜମ ବୋଲି ବୋଲି ପୋଲିସ ଚିହ୍ନଟ କରିଛି । ନିକଟରେ ପ୍ରାଣ ହରାଇଥିବା ହେଡ୍ କନଷ୍ଟେବଳ ଅଲ୍ଲୀ ମହମ୍ମଦ ଗନିଙ୍କ ହତ୍ୟା ପଛରେ ହାଜମର ହାତ ଥିଲା । ସେମାନଙ୍କ ନିକଟରୁ ଅପରାଧିକ ସାମଗ୍ରୀ ସହ ଦୁଇଟି ପିସ୍ତଲ ଜବତ କରାଯାଇଥିବା କଶ୍ମୀର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି ।

କୁଲଗାମ ପୋଲିସ ଷ୍ଟେସନରେ କାର୍ଯ୍ୟ କରୁଥିବା ଗନିଙ୍କୁ ଗତ ଜାନୁଆରୀ ୨୯ ତାରିଖରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ତାଙ୍କୁ ପରେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସୂଚନାଯୋଗ୍ୟ ଯେ, ଗତ ମାସ ୩୦ ତାରିଖରେ ଜମ୍ମୁ କଶ୍ମୀରରେ ଏନକାଉଣ୍ଟରରେ ୫ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲେ । ବଡ଼ଗାମ ଓ ପୁଲୱାମାରେ ଦୁଇଟି ପୃଥକ ଏନକାଉଣ୍ଟରେ ସେମାନେ ପ୍ରାଣ ହରାଇଥିଲେ । ନିୟମିତ ବ୍ୟବଧାନରେ ଜମ୍ମୁରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଗତ ମାସ ୧୦ ସୁଦ୍ଧା ୧୪ ଦିନରେ ୮ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିଲା ।

Get real time updates directly on you device, subscribe now.