fbpx

ବିଶ୍ୱର ୧୫୦ଟି ଦେଶରେ ମାରିଟାଲ୍ ରେପ୍ ହେଉଛି ଅପରାଧ, କିନ୍ତୁ ଭାରତ ସମେତ ୩୨ଟି ଦେଶରେ ଏହା କ୍ରାଇମ୍ ନୁହେଁ

ନୂଆଦିଲ୍ଲୀ: ଦେଶରେ ବୈବାହିକ ବଳାତ୍କାରକୁ ଅପରାଧ ବୋଲି ଘୋଷଣା କରିବା ଦାବିରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ଚାଲିଛି। ଏହି ପ୍ରସଙ୍ଗ କେବଳ ଭାରତର ନୁହେଁ । ବରଂ ୧୫୦ ଟି ଦେଶରେ ବୈବାହିକ ବଳାତ୍କାରକୁ ଅପରାଧ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି । ଏଥି ସହିତ, ଭାରତ ସମେତ ବିଶ୍ୱର ୩୨ ଟି ଦେଶ ରହିଛି ଯେଉଁଠାରେ ମାରିଟାଲ୍ ରେପ୍ ଏକ ଅପରାଧ ନୁହେଁ ।

ଜୁଲାଇ ୫ ତାରିଖ ୧୯୯୩ ମସିହାରେ, ଆମେରିକାର ସମସ୍ତ ୫୦ ଟି ରାଜ୍ୟରେ ବୈବାହିକ ବଳାତ୍କାରକୁ ଅପରାଧ ଭାବରେ ଘୋଷଣା କରାଯାଇôଥଲା। ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ବିବାହିତ ମହିଳାଙ୍କ ମଧ୍ୟରୁ ୧୦ ରୁ ୧୪ ପ୍ରତିଶତଙ୍କ ସହିତ ବୈବାହିକ ବଳାତ୍କାର ଘଟଣା ଘଟିଥାଏ । ଏକ ତୃତୀୟାଂଶ ମହିଳା ସେମାନଙ୍କ ସମ୍ମତି ବିନା ସ୍ୱାମୀଙ୍କ ସହିତ ଶାରୀରିକ ସମ୍ପର୍କ ରଖନ୍ତି ।

ଅଷ୍ଟ୍ରିଆରେ ୧୯୮୯ ମସିହାରେ ମାରିଟାଲ୍ ରେପ୍ କୁ ଅପରାଧ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ଆଇନ୍ ଜରିଆରେ ଯଦି କୌଣସି ମହିଳା ମାମଲା ଅଭିଯୋଗ କରୁନାହାନ୍ତି । ତାହେଲେ ମଧ୍ୟ ସରକାର ଏହି ମାମଲାକୁ ଅଦାଲତରେ ଲଢ଼ିବ । କାରଣ ୨୦୦୪ରେ ସରକାର ଏହାକୁ ଷ୍ଟେଟ୍ ଅଫନ୍ସେ ଭାବେ ଘୋଷଣା କରିଥିଲେ ।

ସେହିପରି ୧୯୭୯ ମସିହାରେ ବ୍ରୁସେଲ୍ସର କୋର୍ଟ ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷିତ କରିଥିଲେ । ୧୯୮୯ରେ ଏହାକୁ ଦୁଷ୍କର୍ମ କରି ଆଉ ଏକ ମାମଲା ଭାବରେ ଧରାଗଲା । ଏହି କ୍ରମରେ ରହିଛି ଜର୍ମାନୀ, ଗ୍ରୀସ୍, ଫ୍ରାନ୍ସ, ଫିନଲ୍ୟାଣ୍ଡ ଇତ୍ୟାଦି ଦେଶରେ ମାରିଟାଲ୍ ରେପ୍ ହେଉଛି ଏକ ଅପରାଧ ।

ଅନ୍ୟପଟେ ମହିଳାମାନଙ୍କ ଅଧିକାର ଉପରେ ନଜର ରଖୁଥିବା ସଂସ୍ଥା ଅନୁସାରେ, ଭାରତ ସହିତ ପାକିସ୍ତାନ, ବାଂଲାଦେଶ, ଚୀନ, ଆଫଗାନିସ୍ତାନ, ମାଲେସିଆ, ଓମାନ୍, ୟମନ୍, ବହରୀନ୍, କୁୱେତ୍ ସମେତ ୩୨ଟି ଦେଶରେ ମାରିଟାଲ୍ ରେପ୍ କୁ ଅପରାଧ ବୋଲି ଧରାଯାଏ ନାହିଁ ।

 

Get real time updates directly on you device, subscribe now.