fbpx

(Video) ରାସ୍ତାକଡ଼ରେ ଛୁଆକୁ ଫିଙ୍ଗିଲା ମା’! ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଲା ପୋଲିସ୍

ରାସ୍ତାକଡ଼ରେ ଛୁଆକୁ ଫିଙ୍ଗିଦେଇ ଚାଲିଗଲା ମା’ । ଶୀତ କାକରରେ ପଡ଼ିରହିଲା ସାତ ମାସର ଶିଶୁପୁତ୍ର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ବାରିପଦାରେ । ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଶିଶୁପୁତ୍ରକୁ ଛାଡ଼ି ଚାଲିଯାଇଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ।

ସୂଚନା ଅନୁଯାୟୀ, ବାରିପଦା ଅମର୍ଦ୍ଦା ରୋଡର ଶଙ୍ଖାଭଙ୍ଗାଠାରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ଶିଶୁଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳକୁ ଆସି ଶିଶୁପୁତ୍ରଟିକୁ ଉଦ୍ଧାର କରି ବାରିପଦା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ପୋଲିସର ସୂଚନା ଅନୁସାରେ ଶିଶୁପୁତ୍ରର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି । ଏହି ଶିଶୁ ପୁତ୍ରକୁ କାହିଁକି ଓ କେଉଁ ପରିସ୍ଥିତିରେ ଏବଂ କିଏ ଛାଡ଼ି ପଳାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.