fbpx

ଖୋଲିବ ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିର; ବସନ୍ତ ପଞ୍ଚମୀ ଅବସରରେ ଘୋଷଣା ହେଲା ସମୟ

ଡେରାଡୁନ: ଖୁବ ଶୀଘ୍ର ଖୋଲିବ ପ୍ରଭୁ ବଦ୍ରିନାଥଙ୍କ ମନ୍ଦିର । ପୁଣିଥରେ ନିଜ କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ବଦ୍ରିନାଥ । ଉତ୍ତରାଖଣ୍ଡର ଚମେଲିସ୍ଥିତ ଶ୍ରୀ ବଦ୍ରିନାଥ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମେ ମାସ ୮ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ବଦ୍ରିନାଥ ମହାପ୍ରଭୁଙ୍କ ଦୁଆର । ଏ ନେଇ ମନ୍ଦିରର ପୂଜକ ଆଜି ଘୋଷଣା କରିଛନ୍ତି ।

 

ପ୍ରତ୍ୟେକ ବର୍ଷ ବରଫପାତ ପାଇଁ ଶୀତ ଋତୁରେ ଏହି ମନ୍ଦିର ବନ୍ଦ ରହୁଥିବା ବେଳେ ଗ୍ରୀଷ୍ମ ଋୁତୁରେ ପୁଣି ଥରେ ଭକ୍ତମାନଙ୍କ ପାଇଁ ଖୋଲାଯାଇଥାଏ । ତେବେ ଚଳିତ ବର୍ଷ ଏହା ମେ ମାସ ୮ ତାରିଖ ସକାଳ ୬.୧୫ରୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବସନ୍ତ ପଞ୍ଚମୀ ଅବସରରେ ମନ୍ଦିରର ପୂଜକମାନେ ମନ୍ଦିରର ଦ୍ୱାର ଖୋଲିବା ପାଇଁ ସମୟ ଘୋଷଣା କରିଛନ୍ତି । ପରମ୍ପରା ଅନୁଯାୟୀ ମନ୍ଦିରର ଦ୍ୱାର ଖୋଲିବାର ତିଥି ପୂର୍ବ ତିହରି କୁଣ୍ଡଳୀ ତିହରି ନରେଶଙ୍କ ଆଧାରରେ ସ୍ଥିର କରାଯାଇଥାଏ । ତେବେ ନିଷ୍ପତ୍ତି ଅନୁସାରେ ଆସନ୍ତା ମେ ୮ ତାରିଖରୁ ପ୍ରଭୁ ବଦ୍ରିନାଥଙ୍କ ଦର୍ଶନ କରିପାରିବେ ସମସ୍ତ ଶ୍ରଦ୍ଧାଳୁ ।

Get real time updates directly on you device, subscribe now.