fbpx

ମଝି ଚିଲିକାରେ ଫସିଲା ଭସା ପୋଲ

ବ୍ରହ୍ମଗିରି(ଓଡ଼ିଶା ଭାସ୍କର): ମଝି ଚିଲିକାରେ ଫସିଯାଇଛି ଯାତ୍ରୀବାହୀ ଭସା ପୋଲ । ସାତପଡ଼ାରୁ ଜହ୍ନିକୁଦା ଯାଉଥିବା ବେଳେ ମହିଁଶା ଗାଁ ନିକଟରେ ଏହି ଭସା ପୋଲଟି ଅଟକି ଯାଇଛି । ୨ଟି ଯାତ୍ରୀ ବାହୀ ବସ୍ ସହିତ ୧୦୦ ଯାତ୍ରୀ ମଝି ଚିଲିକାରେ ଫସି ରହିଛନ୍ତି । ନିୟନ୍ତ୍ରଣ ହରାଇ ଚ୍ୟାନେଲ ବାହାରକୁ ଭସା ପୋଲ ଚାଲିଯାଇଥିବା ସୂଚନା ରହିଛି । ଚ୍ୟାନେଲ ରେ ପାଣି କମିବାରୁ ଏହି ସମସ୍ୟା ଦେଖାଯାଇଛି ।

Get real time updates directly on you device, subscribe now.