fbpx

୧୮ ବର୍ଷରୁ କମ୍ ବୟସର କିଶୋର ମାନେ ବି କରିପାରିବେ ପାନ୍ କାର୍ଡ! ଜାଣନ୍ତୁ କଣ ରହିଛ ପ୍ରକ୍ରିୟା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାନ୍ କାର୍ଡ ଏକ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ୍ ପାଲଟିଛି । ଆଧାର କାର୍ଡ, ଭୋଟ କାର୍ଡ ପରି ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ପ୍ରକାର ସରକାରୀ କାମ ଠାରୁ ଆରମ୍ଭ କରି ବ୍ୟାଙ୍କ ରେ ଆକାଉଣ୍ଟ୍ ଖୋଲିବା ପର୍ଯ୍ୟନ୍ତ ସବୁ ସ୍ଥାନରେ ପାନ୍ କାର୍ଡର ଆବଶ୍ୟକତା ପଡ଼ିଥାଏ । ସାଧାରଣତଃ ୧୮ ବର୍ଷରୁ ଅଧିକ ବୟସର ଲୋକମାନେ ପାନ୍ କାର୍ଡ କରିଥାନ୍ତି । ହେଲେ କଣ ଆପଣ ଜାଣନ୍ତି କି ୧୮ ବର୍ଷରୁ କମ୍ ବୟସର ପିଲାମାନେ ମଧ୍ୟ ଏଣିକି ପାନ୍ କାର୍ଡ ତିଆରି କରିପାରିବେ । ଯଦି ଆପଣ ମାନେ ନିଜର ପିଲାମାନଙ୍କର ପାନ୍ କାର୍ଡ ପ୍ରସ୍ତୁତ କରିବାକୁ ଇଚ୍ଛୁକ ଅଛନ୍ତି ତାହେଲେ ଏହି ଷ୍ଟେପ୍ ସବୁକୁ ଫଲୋ କରନ୍ତୁ ।

ତେବେ କୌଣସି ନାବାଳିକ ସିଧାସଳଖ ପାନ୍ କାର୍ଡ ପାଇଁ ଆବେଦନ କରିପାରିବେ ନାହିଁ । ଏଥିପାଇଁ ବାପାମାଆଙ୍କ ତରଫରୁ ଆବେଦନ କରିବାକୁ ପଡ଼େ । ଏଥିପାଇଁ ନାବାଳିକଙ୍କର ବାପାମାଆଙ୍କ ଠିକଣା, ପରିଚୟ ପ୍ରମାଣ ପତ୍ର, ନାବାଳିକ ଓ ତାଙ୍କ ବାପାମା’ଙ୍କର ଆଧାର କାର୍ଡ, ରାସନ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଭୋଟ୍ କାର୍ଡ ଆଦିକୁ ଜମା କରିବାକୁ ପଡ଼ିଥାଏ । ପରିଚୟ ପ୍ରମାଣ ପତ୍ର ଆଧାରରେ ଆଧାର କାର୍ଡ, ପୋଷ୍ଟ୍ ଅଫିସ୍ ପାସବୁକ୍, ପ୍ରପର୍ଟି ରେଜିଷ୍ଟ୍ରେସନ୍ର ଦସ୍ତାବିଜ୍ କିମ୍ବା ପରମାନେଣ୍ଟ୍ ଠିକଣାର ପ୍ରମାଣ ପତ୍ରର ଏକ କପି ଜମା କରିବାକୁ ପଡ଼ିବ ।

ଆବେଦନ ପ୍ରକ୍ରିୟା:

୧. ଯଦି ଆପଣ ଅନଲାଇନ୍ ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ଆପଣ ଏନଏସଡିଏଲ୍ ର ୱେବସାଇଟ୍ କୁ ଯାଆନ୍ତୁ ।

୨. ଆବେଦକଙ୍କର ସଠିକ୍ କାଟାଗୋରୀ ଚୟନ କରି ସମସ୍ତ ଜରୁରୀ ତଥ୍ୟ ଦିଅନ୍ତୁ ।

୩. ନାବାଳିକଙ୍କର ବୟସ ପ୍ରମାଣପତ୍ର ଓ ବାପାମାଆଙ୍କ ଫଟୋ ସମେତ ଅନ୍ୟାନ୍ୟ ତଥ୍ୟ ଅପଲୋଡ୍ କରନ୍ତୁ ।

୪. ବାପାମାଆଙ୍କର ଦସ୍ତଖତ ବି ଅପଲୋଡ୍ କରନ୍ତୁ ।

୫. ୧୦୭ ଟଙ୍କା ମଧ୍ୟ ଭରିବା ପରେ ଫର୍ମ ସବମିଟ୍ କରନ୍ତୁ ।

୬. ଆବେଦନ କରିବା ପରେ ଆପଣଙ୍କ ପାଖକୁ ଏକ ମେଲ୍ ଆସିବ । ସଠିକ୍ ଭାବେ ଭେରିଫିକେସନ୍ କରିବାରୀ ୧୫ ଦିନ ଭିତରେ ପାନ୍ କାର୍ଡ ପହଞ୍ଚିଯିବ ।

Get real time updates directly on you device, subscribe now.