fbpx

ସଂସଦରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ ଓଡିଶାର ଉଦାହରଣ: କହିଲେ ଏମିତି କଥା

ନୂଆଦିଲ୍ଲୀ: ଲୋକସଭା ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରେ ଶୁଣିବାକୁ ମିଳିଛି ଓଡିଶାର ନାଁ । ଓଡିଶା ସମେତ ଅନ୍ୟ ରାଜ୍ୟକୁ ଉଦାହରଣ କରି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଅବସରରେ ମୋଦିଙ୍କ ମନ୍ତବ୍ୟରେ ହଲଚଲ ହୋଇ ଉଠିଛି ସଂସଦ । ବିରାଦୀ ଦଳ କଂଗ୍ରେସକୁ ଟାର୍ଗେଟ କରି ଲୋକସଭାରେ ମୁହଁ ଖୋଳିଛନ୍ତି ପି.ଏମ ମୋଦି । ଓଡିଶା ସମେତ ତାମିଲନାଡୁର ଉଦାହରଣ ସହ କଂଗ୍ରେସ ଦଳର ଅବସ୍ଥା ବିଷୟରେ ବୁଜାଇ ଦେଇଛନ୍ତି । ୧୯୯୫ ପରେ ଓଡିଶାରେ କଂଗ୍ରେସର ପରିସ୍ତିତିକୁ ଆଉ ଥରେ ସେ ମନେ ପକାଇ ଦେଇଛନ୍ତି । କେବଳ ଓଡିଶା ନୁହେଁ ନାଗାଲାଣ୍ଡ ଏବଂ ଗୋଆରେ ମଧ୍ୟ ୨୮ ବର୍ଷରୁ କଂଗ୍ରେସ ଜିତିପାରିନି ବୋଲି ଳୋକସଭାରେ ମନ୍ତବ୍ୟ ଦେଇଛନ୍ତି ମୋଦି ।

ସେପଟେ ତାମିଲନାଡୁରେ ଆହୁରି ଖରାପ ଅବସ୍ତାରେ ରହିଛି ଦଳ । ଶେଷ ଥର ପାଇଁ ୧୯୬୨ରେ ଦଳ କ୍ଷମତାକୁ ଆସିଥିଲା । କିନ୍ତୁ ପରେ ରାଜ୍ୟରେ ଆଉ କଂଗ୍ରେସର ସତ୍ତା ନାହିଁ । ଏତିକିରେ ସରି ନଥିଲା କଂଗ୍ରେସ ପରାଜୟର ମାପକାଠି । ଗୁଜୁରାଟ, ୟୁପିକୁ ମଧ୍ୟ ଉଦାହରଣ ଭାବେ ଲୋକସଭାରେ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏତେ ପରାଜୟ ପରେ ମଧ୍ୟ କଂଗ୍ରେସ ନିଜ ଅହଙ୍କାର ଛାଡି ପାରିନି ଏବଂ ଦଳକୁ ଏକ ଅନ୍ଧ ବିରୋଧ ଲୋକତନ୍ତ୍ରର ପରିପନ୍ଥୀ ବୋଲି ସେ ସମ୍ବୋଧନ କରିଛନ୍ତି ।

Get real time updates directly on you device, subscribe now.