fbpx

ଫେବୃଆରୀ ୧୯ରେ ପୁରୀ ଆସିବେ ରାଷ୍ଟ୍ରପତି!

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୯ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୧୯ ରେ ଆସି ୨୦ରେ ପ୍ରତ୍ୟାବର୍ତ୍ତନ କରିବା ସୂଚନା । ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ପୁରୀ ଆସିପାରନ୍ତି । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇପାରନ୍ତି ରାଷ୍ଟ୍ରପତି । ତେବେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇନାହିଁ । ପଞ୍ଚାୟତ ନିର୍ବାଚନ ଚାଲୁଥିବାରୁ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯିବ । ଇସ୍କନ ଗୌଡ଼ୀୟ ମଠର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗେଦେବା ପାଇଁ ପୁରୀ ଆସବେ ରାଷ୍ଟ୍ରପତି । ତେବେ ଗସ୍ତସୂଚୀ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

Get real time updates directly on you device, subscribe now.