fbpx

ଅଜବ ସଉକ: ବାର୍ବୀ ଡଲ୍ ଭଳି ଦେଖାଯିବା ପାଇଁ ମହିଳା କଲେ ୫୯ ସର୍ଜରୀ

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ସଉକ ପୁରା କରିବା ପାଇଁ କିଛି ବି କରିପାରନ୍ତି । ଅନେକ ଲୋକ ଅଭିନେତା-ଅଭିନେତ୍ରୀଙ୍କୁ ଦେଖି ତାଙ୍କ ପରି ଦେଖାଯିବାକୁ ପସନ୍ଦ କରିଥାନ୍ତି । କିନ୍ତୁ କେବେ ଶୁଣିଛନ୍ତି କି କଣ୍ଢେଇ ଭଳି ଦେଖାଯିବାକୁ କେହି ଏତେ ଉତ୍ସାହୀ ଯେ ଏଥିପାଇଁ ନିଜ ଶରୀରରେ ଅନେକ ସର୍ଜରୀ କରାଇଛନ୍ତି । ଆମେରିକାର ଜଣେ ମହିଳାଙ୍କ ପାଖରେ ଥିଲା କିଛି ଏମିତି ନିଶା ଆଉ ‘ବାର୍ବୀ’ ଡଲ୍ ଭଳି ଦେଖାଯିବା ପାଇଁ ସେ କରିଥିଲେ ୫୯ ଥର ପ୍ଲାଷ୍ଟିକ ସର୍ଜରୀ ।

ଆମେରିକାର ଟେକ୍ସାସ ସହରର ଜେନୀ ଲୀ ବର୍ଟନ ନାମକ ଜଣେ ଆମେରିକୀୟ ମହିଳାଙ୍କୁ ପ୍ଲାଷ୍ଟିକ ସର୍ଜରୀ କରିବା ଅଭ୍ୟାସରେ ପଡ଼ିଯାଇଥିଲେ । ସେ ଏପର୍ଯ୍ୟନ୍ତ ୫୯ ଥର ପ୍ଲାଷ୍ଟିକ୍ ସର୍ଜରୀ କରିସାରିଛନ୍ତି । ଅନେକ ଥର ତାଙ୍କର ପ୍ଲାଷ୍ଟିକ ସର୍ଜରୀ ପରେ ତାଙ୍କ ନିଜ ଝିଅବି ତାଙ୍କୁ ଚିହ୍ନିପାରିନଥାନ୍ତି । ୨୮ ବର୍ଷ ବୟସ ସୁଦ୍ଧା ସେ ୨୬ ପ୍ଲାଷ୍ଟିକ ସର୍ଜରୀ କରିସାରିଥିଲେ । ଡେଲି ଷ୍ଟାର ଅନୁଯାୟୀ ଜେନୀ ୩ ଥର ଲିପ୍ ଇମପ୍ଲାଣ୍ଟ୍, ୩ ଥର ବ୍ରେଷ୍ଟ ଜବ୍, ୩ ବ୍ରେଷ୍ଟ ଲିଫ୍ଟ ଏବଂ ଲିପୋସକ୍ସନ କରାଇସାରିଛନ୍ତି । ସେ ସଂପୂର୍ଣ୍ଣ ଭାବରେ ‘ବାର୍ବୀ’ ଡଲ୍ ଭଳି ଦେଖାଯିବାକୁ ଚାହୁଛନ୍ତି ।

ସେ କହିଛନ୍ତି ଯେତେବେଳେ ତାଙ୍କ ଝିଅର ବୟସ ୧୦ ବର୍ଷ ଥିଲା ସେବେଠାରୁ ସେ ପ୍ଲାଷ୍ଟିକ୍ ସର୍ଜରୀ କରିଆସୁଛନ୍ତି । କିନ୍ତୁ ତାଙ୍କୁ ଲଗାତାର ଏଭଳି ସର୍ଜରୀ କରିବା ଯୋଗୁଁ ଝିଅ ଉପରେ ପ୍ରଭାବ ପଡ଼ିଛି । ଜେନୀ କହିଛନ୍ତି ଯେ ଯେତେବେଳେ ମୁଁ ତାକୁ ଫଟୋ ଦେଖାଏ ସେ ମୋର ଫଟୋକୁ ଚିହ୍ନି ପାରେନାହିଁ । ତେଣୁ ଏବେ ସେ ଆଉ ପ୍ଲାଷ୍ଟିକ ସର୍ଜରୀ କରାଇବାକୁ ଚାହୁନାହଁନ୍ତି ବୋଲି କହିଛନ୍ତି । ଜେନୀ କହିଛନ୍ତି ଯେ ସେ ଏବେବି ତାଙ୍କ ଲୁକ୍ କୁ ନେଇ ଖୁସି ନାହାଁନ୍ତି । ସମାଜରେ ଲୋକମାନେ ତାଙ୍କର ଏହି କାମକୁ ସ୍ୱୀକୃତି ଦେଉନାହାଁନ୍ତି । ଏବେ ସେ ତାଙ୍କ ଶରୀରକୁ ସେହିଭଳି ଆପଣାଇବା ଆରମ୍ଭ କରିଛନ୍ତି ଯେଉଁଭଳି ଏହା ପ୍ରକୃତରେ ଅଟେ ।

Get real time updates directly on you device, subscribe now.