fbpx

୨୦୧୮ରୁ ୨୦୨୦ ମଧ୍ୟରେ ୧୭ ହଜାରରୁ ଅଧିକ କୃଷକ କରିଛନ୍ତି ଆତ୍ମହତ୍ୟା: ୨୦୧୯ରେ ଆତ୍ମହତ୍ୟା ସଂଖ୍ୟା ୧ ଲକ୍ଷ ୩୯ ହଜାରରୁ ଅଧିକ

ନୂଆଦିଲ୍ଲୀ: ଦେଶରେ କୃଷକଙ୍କୁ ନେଇ ନାନାବିଧ ସମସ୍ୟା ରହିଥିଲେ ହେଁ ସବୁଠାରୁ ଭୟଙ୍କର ସମସ୍ୟା ହେଉଛି ଆତ୍ମହତ୍ୟା ଘଟଣା । ମାତ୍ର ୩ ବର୍ଷ ମଧ୍ୟରେ ଦେଶରେ ୧୭ ହଜାରରୁ ଅଧିକ କୃଷକ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି । ଏକ ସରକାରୀ ତଥ୍ୟରୁ ଏହା ଖୁଲାସା ହୋଇଛି । ୨୦୧୮ରୁ ୨୦୨୦ ମଧ୍ୟରେ କୃଷିକ୍ଷେତ୍ର ସହିତ ଜଡ଼ିତ ଥିବା ୩୧ ହଜାରରୁ ଅଧିକ ଲୋକଙ୍କ ଆତ୍ମହତ୍ୟା କରିଥିବା ନେଇ ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ (ଏନସିଆରବି) ରିପୋର୍ଟ ପ୍ରଦାନ କରିଛି ।

ଲୋକସଭାରେ ଏ ବାବଦରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା କହିଛନ୍ତି ଯେ, ଏନସିଆରବି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଘଟିଥିବା ଦୁର୍ଘଟଣାଜନିତ ମୃତ୍ୟୁ ଓ ଆତ୍ମହତ୍ୟା (ଏସଡିଏସଆଇ)କୁ ନେଇ ବାର୍ଷିକ ରିପୋର୍ଟ ପ୍ରକାଶ କରିଥାଏ । ରିପୋର୍ଟ ଅନୁସାରେ, ୨୦୧୮ରେ ୫୭୬୩, ୨୦୧୯ରେ ୫୯୫୭ ଓ ୨୦୨୦ରେ ୫୫୭୯ ଜଣ କୃଷକ ଆତ୍ମହତ୍ୟା କରିଥିଲେ । ଏନସିଆରବି ଓ ଏସଡିଏସଆଇର ରିପୋର୍ଟ ମୁତାବକ, ୨୦୧୯ରେ ଦେଶରେ ୧ ଲକ୍ଷ ୩୯ ହଜାରରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି । ଏହାର ୭.୪ ପ୍ରତିଶତ ଅର୍ଥାତ ୧୦ ହଜାରରୁ ଅଧିକ ଲୋକ କୃଷିକ୍ଷେତ୍ର ସହ ଜଡ଼ିତ ଥିଲେ । ତେବେ କୃଷକ, ମଜଦୁରଙ୍କ ଆତ୍ମହତ୍ୟା ଓ ମୃତ୍ୟୁକୁ ନେଇ ସରକାରୀ ତଥ୍ୟ ଓ ଏନସିଆରବି ରିପୋର୍ଟ ଅଲଗା ଅଲଗା ରହୁଛି ।

Get real time updates directly on you device, subscribe now.