fbpx

ଆସିଲା କରୋନା ବିନାଶକାରୀ ଔଷଧ: ମହାମାରୀରୁ ବଞ୍ଚାଇବାରେ ସହାୟକ ହେବ ଏହି ନାଜାଲ ସ୍ପ୍ରେ

ନୂଆଦିଲ୍ଲୀ: କରୋନା ମହାମାରୀକୁ ହରାଇବା ପାଇଁ ବିଶ୍ୱର ସମସ୍ତ ବେଜ୍ଞାନିକ ପ୍ରାୟତଃ ଫେଲ ମାରିଥିବା ବେଳେ ଆଶାର କିରଣ ଆଣିଛି କାନାଡାର ବାୟୋଟେକ କମ୍ପାନୀ । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ ସହ ମିଶି ମାର୍କେଟକୁ ଆଣିଛନ୍ତି ଏକ ନାଜାଲ ସ୍ପ୍ରେ । ଏହି ସ୍ପ୍ରେ କରୋନା ସଂକ୍ରମିତ ବୟସ୍କମାନଙ୍କ ଚିକିତ୍ସାରେ ବ୍ୟବହୃତ ହେବ । ସଂକ୍ରମଣ ପରେ ଅଧିକ ମାତ୍ରାରେ ପ୍ରଭାବିତ ହେଉଥିବା ବୟସ୍କ ରୋଗୀଙ୍କ କ୍ଷେତ୍ରରେ ଏହି ସ୍ପ୍ରେ ବ୍ୟବହୃତ ହେବ । ତେବେ ଏହା ପୂର୍ବରୁ ଭାରତର ଡିସିଜିଆଇ ଏହାକୁ ଅନୁମୋଦନ ଦେଇ ସାରିଛି ।

ଫୈବୀ ସ୍ପ୍ରେ ନାମକ ଏକ ନାଜାଲ ସ୍ପ୍ରେ ଏବେ ବଜାରରେ ଉପଲବ୍ଧ ହୋଇଛି, ଯାହା କୋଭିଡ-୧୯ ଭାଇରସକୁ ନଷ୍ଟ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଡିସିଜିଆଇ ପକ୍ଷରୁ ଉତ୍ପାଦନ ଏବଂ ମାର୍କେଟିଙ୍ଗ ଉପରେ ମଧ୍ୟ ଅନୁମୋଦନ ହାସଲ ମିଳି ସାରିଛି । ନାଇଟ୍ରିକ ଅକ୍ସାଇଡ ଉପରେ ଆଦାରିତ ଏହି ସ୍ପ୍ରେ ନାକ ଭିତରେ ହିଁ କରୋନା ଭାଇରସକୁ ଶେଷ କରିପାରିବ । ନାକରେ ସ୍ପ୍ରେ କରିବା ମାତ୍ରେ ଏହା କାମ କରିବା ଆରମ୍ଭ କରେ ଏବଂ ଭୂତାଣୁ ବ୍ୟାପିବାକୁ ଦିଏ ନାହିଁ । ତେଣୁ ଏହି ସ୍ପ୍ରେ କୁ ନେଇ ଖୁବ ଆଶାବାଦୀ ଅଛନ୍ତି ବୈଜ୍ଞାନିକ । ଏହାଦ୍ୱାରା କରୋନା ମହାମାରୀରୁ ବଞ୍ଚିବା ସମ୍ଭବ ହୋଇ ପାରିବ ବୋଲି ସେମାନେ କହିଛନ୍ତି ।

Get real time updates directly on you device, subscribe now.