fbpx

ଇଶାନ କିଶାନଙ୍କୁ ଆହୁରି ସୁଯୋଗ ମିଳିବା ଦରକାର: ଭାରତୀୟ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଭାରତର ଯୁବ ଓପନର ଇଶାନ କିଶାନ ଦଳରେ ନିଜ ସ୍ଥାନ ପକ୍କା କରିବାରେ ଅସମର୍ଥ ହେଉଛନ୍ତି । ଟିମ ଇଣ୍ଡିଆର ସୀମିତ ଓଭର ଉପଅଧିନାୟକ ତଥା ଓପନର କେ.ଏଲ ରାହୁଲଙ୍କ ସୁନ୍ଦର ପ୍ରଦର୍ଶନ ପାଇଁ ଦଳରେ ଇଶାନ କିଶାନଙ୍କୁ ବାରମ୍ବାର ଡ୍ରପ ହେବାକୁ ପଡୁଛି । ତେବେ ତାଙ୍କୁ ଏପରି ଡ୍ରପ ନ କରି ଅଧିକ ସୁଯୋଗ ଦେବା ପାଇଁ କହିଛନ୍ତି ଭାରତର ପୂର୍ବତନ ମିଷ୍ଟ୍ରି ସ୍ପିନର ପ୍ରଜ୍ଞାନ ଓଝା ।

Cricketer Pragyan Ojha bids adieu to all forms of cricket, tweets about it

ଯୁବ ଓପନର ଇଶାନ କିଶାନ ଏ ପର୍ଯ୍ୟନ୍ତ ମାତ୍ର ୫ ଟି-୨୦ ଖେଳିବା ପାଇଁ ସୁଯୋଗ ପାଇଛନ୍ତି । ତେଣୁ ତାଙ୍କୁ ଅଧିକ ମ୍ୟାଚ ଖେଳିବା ସହ ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ ହେବାକୁ ସୁଯୋଗ ଦେବା ଉଚିତ ବୋଲି ପ୍ରକାଶ କରିଛନ୍ତି ପ୍ରଜ୍ଞାନ । ଇଶାନ କିଶାନଙ୍କୁ ନିଜ ଆତ୍ମବିଶ୍ୱାସ ଫେରି ପାଇବା ପାଇଁ ଟି-୨୦ ବିଶ୍ୱକପ ପୂର୍ବରୁ ଅଧିକରୁ ଅଧିକ ମ୍ୟାଚ ଖେଳିବା ଉଚିତ । ଯାହାଦ୍ୱାରା ବଡ ଟୁର୍ଣ୍ଣାମେଣ୍ଟ ଖେଳିବା ଭଳି ଆତ୍ମବିଶ୍ୱାସ ତାଙ୍କ ନିକଟରେ ରହିବ । ଚଳିତ ବର୍ଷ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଖେଳା ଯିବାକୁ ଯାଉଛି ।

Ishan Kishan injured and Yuzvendra Chahal replaced by Rahul Chahar in 4th T20I India vs England | Business Insider India

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ତାଙ୍କୁ ଓପନର ଭାବେ ଦଳରେ ସାମିଲ କରାଯାଇଥିଲା । ସଂଯମତାର ସହ ସେ ୨୮ ରନର ପାଳି ଖେଳିଥିଲେ ସୁଦ୍ଧା ତାଙ୍କୁ ଦ୍ୱିତୀୟ ମ୍ୟାଚରେ ପ୍ଲେଇଙ୍ଗ ଇଲେଭେନରେ ସ୍ଥାନ ମିଳିନଥିଲା । ଡେବ୍ୟୁର ଗୋଟିଏ ର୍ବେ ମଧ୍ୟରେ ଇଶାନ କେବଳ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଟି-୨୦ ବିଶ୍ୱକପ ପାଇଁ ଓପନର ଭାବେ ଇଶାନ କିଶାନଙ୍କୁ ପ୍ରସ୍ତୁତ କରିପାରେ ଟିମ ଇଣ୍ଡିଆ । ତେଣୁ ତାଙ୍କୁ ଅଧିକରୁ ଅଧିକ ମ୍ୟାଚ ଖେଳି ନିଜକୁ ପ୍ରସ୍ତୁତ ହେବାକୁ ପଡିବ ବୋଲି କହିଛନ୍ତି ପ୍ରଜ୍ଞାନ ଓଝା ।

Get real time updates directly on you device, subscribe now.