fbpx

ଶେଷ ଦିନିକିଆ: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଦଳରେ ତିନୋଟି ପରିବର୍ତ୍ତନ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ଅହମ୍ମଦାବାଦ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆଜି ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତି ମ୍ୟାଚ୍। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଆଜିର ମ୍ୟାଚ୍ ଜିତି ଭାରତ ସିରିଜ୍ ପୋଛିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ। ଅନ୍ୟପଟେ ଇଣ୍ଡିଜ ମ୍ୟାଚ୍ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ। ମ୍ୟାଚରେ ଟସ୍ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ଆଜିର ମୁକାବିଲାରେ ଭାରତର ଚୂଡାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ କରାଯାଇଛି। କେଏଲ ରାହୁଲ, ଦୀପକ ହୁଡ୍ଡା ଏବଂ ୟୁଜବେନ୍ଦ୍ର ଚହଲଙ୍କକୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଶିଖର ଧାଓ୍ଵନ, ଶ୍ରେୟସ ଆୟର ଏବଂ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିଛି। କରୋନା ସଂକ୍ରମିତ କାରଣରୁ ଶିଖର ଧାଓ୍ଵନ ଓ ଶ୍ରେୟସ ଆୟର ପ୍ରଥମ ଦୁଇଟି ଦିନିକିଆ ଖେଳି ପାରିନଥିଲେ। ସେହି ପରି ଓ୍ଵେଷ୍ଟଇଣ୍ଡିଜ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଅକେଲ ହସେନଙ୍କ ସ୍ଥାନରେ ହେଡେନ ଓ୍ଵାଲ୍ସଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ନିକୋଲାସ ପୁରନ ଦଳର ନେତୃତ୍ଵ ନେଉଛନ୍ତି।

ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ଶିଖର ଧାଓ୍ଵନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର‌୍ୟ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, ଦୀପକ ଚହର, କୁଲଦୀପ ଯାଦବ ଓ ପ୍ରସିଦ୍ଧ କୃଷ୍ଣା।

ଓ୍ଵେଷ୍ଟଇଣ୍ଡିଜ ଦଳ

ସାଇ ହୋପ(ଓ୍ଵିକେଟ୍ କିପର), ବ୍ରେଣ୍ଡନ କିଙ୍ଗ୍, ଡାରେନ ବ୍ରାଭୋ, ସାମରା ବ୍ରୁକ୍ସ, ନିକୋଲାସ ପୁରନ(ଅଧିନାୟକ), ଜାସନ ହୋଲଡର, ଫାବିଅାନ ଅାଲେନ, ଓଡିନ ସ୍ମିଥ୍, ଅଲଜାରି ଯୋଶେଫ, ହେଡେନ ଓ୍ଵାଲ୍ସ, କେମାର ରୋଚ୍।

Get real time updates directly on you device, subscribe now.