fbpx

ସୁନ୍ଦରଗଡ଼ ADMଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା, ଦେଖନ୍ତୁ VIDEO

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ରଙ୍କ ଘରେ ଆଜି ରେଡ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ନଗଦ ୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଭୁବନେଶ୍ୱର ସ୍ଥିତ ନହରକଣ୍ଟାରେ ୮୯ ଲକ୍ଷର ୨ ମହଲା କୋଠା ଠାବ ହୋଇଛି । ଏହା ସହିତ ରସୁଲଗଡ଼ରେ ଗୋଟିଏ ଫ୍ଲାଟ ରହିଛି । କୋଟିଏ ଟଙ୍କାର ଫିକ୍ସ ଡିପୋଜିଟର ଏବେ ତର୍ଜମା ଚାଲିଛି । ଏହା ବ୍ୟତୀତ ଭୁବନେଶ୍ୱର ଓ ଜଗତସିଂହପୁରରେ ରହିଛି ୧୦ଟି ପ୍ଲଟ ରହିଛି । ୧୦ଟି ପ୍ଲଟର ଆନୁମାନିକ ବଜାର ମୂଲ୍ୟ କୋଟିଏରୁ ଉର୍ଦ୍ଧ ହେବ । ସମସ୍ତ ଲକର ଓ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ପାଇଁ ପ୍ରକ୍ରିୟା ଜାରି ହୋଇଛି ।

ତେବେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଏଡିଏମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି । ଏଡିଏମ୍ ବିଶ୍ୱଜିତ ମହାପାତ୍ରଙ୍କ ୭ଟି ଜାଗାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଶ୍ରୀ ମହାପାତ୍ରଙ୍କ ଭୁବନେଶ୍ୱରର ନୟାପଲ୍ଲୀ, ବାଲିଅନ୍ତାର ରୁଦ୍ରପୁର, ଜଗତସିଂହପୁରର ଜଡ଼ାତିରା, ସୁନ୍ଦରଗଡ଼ର ସରକାରୀ କ୍ୱାର୍ଟର, ସୁନ୍ଦରଗଡ଼ ଅଫିସ୍, ରଘୁନାଥପୁରର ପୈତୃକ ବାସଭବନ, ରାଜଗାଙ୍ଗପୁର ସମ୍ପର୍କୀୟଙ୍କ ବାସଭବନରେ ରେଡ୍ କରାଯାଇଛି । ଏହି ଚଢ଼ାଉରେ ୮ ଜଣ ଡିଏସପି, ୨ ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇ ଓ ଅନ୍ୟ ଅଧିକାରୀମାନେ ସାମିଲ୍ ଥିଲେ । ବର୍ତ୍ତମାନ ସୁଦ୍ଧା ଏଡିଏମଙ୍କ ଘରେ ଭିଜିଲାନ୍ସ ଟିମର ଖୋଳତାଡ଼ ଜାରି ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.