fbpx

ଲାଞ୍ଚ ନେବା ବେଳେ ଧରାପଡିଲେ ବିଇଓ

ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ବିଇଓ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଶିକ୍ଷକଙ୍କ ଏରିଅର ବିଲ୍ କରାଇ ଦେବାକୁ ଲାଞ୍ଚ ନେଉଥିଲେ ବିଇଓ । ବ୍ଲକ ଶିକ୍ଷା ଅଧିକାରୀଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢ଼ାଉ ଚାଲିଛି ।

ସେହିପରି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ରଙ୍କ ଘରେ ଆଜି ରେଡ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ନଗଦ ୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଭୁବନେଶ୍ୱର ସ୍ଥିତ ନହରକଣ୍ଟାରେ ୮୯ ଲକ୍ଷର ୨ ମହଲା କୋଠା ଠାବ ହୋଇଛି । ଏହା ସହିତ ରସୁଲଗଡ଼ରେ ଗୋଟିଏ ଫ୍ଲାଟ ରହିଛି । କୋଟିଏ ଟଙ୍କାର ଫିକ୍ସ ଡିପୋଜିଟର ଏବେ ତର୍ଜମା ଚାଲିଛି । ଏହା ବ୍ୟତୀତ ଭୁବନେଶ୍ୱର ଓ ଜଗତସିଂହପୁରରେ ରହିଛି ୧୦ଟି ପ୍ଲଟ ରହିଛି । ୧୦ଟି ପ୍ଲଟର ଆନୁମାନିକ ବଜାର ମୂଲ୍ୟ କୋଟିଏରୁ ଉର୍ଦ୍ଧ ହେବ । ସମସ୍ତ ଲକର ଓ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ପାଇଁ ପ୍ରକ୍ରିୟା ଜାରି ହୋଇଛି ।

Get real time updates directly on you device, subscribe now.