fbpx

କୋହଲି ପୁଣି ଫର୍ମକୁ ଫେରିବେ ବୋଲି ଅନୁମାନ: ରାଠୋର୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ବ୍ୟାଟିଂ କୋଚ ବିକ୍ରମ ରାଠୋର କହିଛନ୍ତି ଯେ ବିରାଟ କୋହଲିଙ୍କ ଲଗାତର ବିଫଳତା ଦଳ ପାଇଁ ନିଶ୍ଚିତ କ୍ଷତିକାରକ । ମାତ୍ର ଏହି ପ୍ରସଙ୍ଗ ନେଇ ଆମେ କୌଣସି ଆଲୋଚନା କରି ନାହୁଁ । କାରଣ ସେ ଜଣେ ଅନୁଭବୀ ବ୍ୟାଟର । ତାଙ୍କୁ ବିଶେଷ ପରାମର୍ଶ ଦେବାର କୌଣସି ଆବଶ୍ୟକତା ନାହିଁ । ସେ ସବୁକଥା ଅନୁଭବ କରି ପାରୁଛନ୍ତି । ତଥାପି ବିଫଳତା ସତ୍ତେ୍ୱ ସେ ବର୍ତ୍ତମାନ ଖରାପ ସମୟ ଦେଇ ଗତି କରୁଛନ୍ତି ବୋଲି ଆମେ କେବେ ଚିନ୍ତା କରି ନାହୁଁ । କାରଣ ସେ ଉଦ୍ୟମ ଜାରି ରଖିଲେ ,ପୁଣି ଫର୍ମକୁ ଫେରି ପାରିବେ ।

ଗତ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଭଲ ଖେଳି ପାରିଲେ ନାହିଁ । ପ୍ରଥମ ମ୍ୟାଚରେ ୮ ଓ ଦ୍ୱିତୀୟ ମ୍ୟାଚରେ ୧୮ରନ କରିଥିବା ବେଳେ ତୃତୀୟ ମ୍ୟାଚରେ ଖାତା ଖୋଲି ପାରିଲେ ନାହିଁ । ଅନ୍ୟ ପକ୍ଷରେ ଗତ ଦୁଇ ବର୍ଷଧରି ସେ କୌଣସି ଫର୍ମାଟରେ ଶତକ ମଧ୍ୟ ଅର୍ଜନ କରି ପାରି ନାହାନ୍ତି । ତେବେ ପୂର୍ବରୁ ସେ ଭାରତୀୟ କ୍ରିକେଟ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ତେଣୁ ଆମର ଦୃଢ଼ ବିଶ୍ୱାସ ଯେ ସେ ଆଗାମୀ ଦିନରେ ବରାବର ଫର୍ମକୁ ଫେରି ପାରିବେ । ସେହିପରି ରିଷଭ ପନ୍ତଙ୍କୁ ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ଟି- ୨୦ ସିରିଜରେ ରିଷଭ ପନ୍ତଙ୍କୁ ପରୀକ୍ଷା ମୂଳକ ଭାବେ ଇନିଂସ ଓପନିଂ କରିବା ଦାୟିତ୍ୱ ପ୍ରଦାନ କରିବା ପ୍ରସଙ୍ଗ ନେଇ ମଧ୍ୟ ଆମେ କୌଣସି ନିଷ୍ପତ୍ତି ନେଇ ନାହୁଁ ବୋଲି କହିଛନ୍ତି ବିକ୍ରମ ରାଠୋର ।

Get real time updates directly on you device, subscribe now.