fbpx

ୟୁକ୍ରେନ ରାଷ୍ଟ୍ରପତି ଫେସବୁକରେ ଜଣାଇଲେ ଆକ୍ରମଣ ତାରିଖ, ଆମେରିକା କହିଲା- ତୁରନ୍ତ ଦେଶ ଛାଡ଼

ନୂଆଦିଲ୍ଲୀ: ୟୁକ୍ରେନ୍ ସୀମାରେ ଋଷ ନିଜ ୧.୩୦ ଲକ୍ଷ ସେନା ମୁତୟନ କରି ରଖିଛି । ସୀମାରୁ ହଟିବାର ନାଁ ଧରୁନାହିଁ ଋଷ । ଓଲଟା ସେନାଙ୍କ ସଂଖ୍ୟା ବଢ଼ାଇବାରେ ଲାଗିଛି । ଏନେଇ ଆମେରିକାରେ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଆମେରିକାରେ ଏହା ମଧ୍ୟ କହିଛି ଯେ, ଚଳିତ ସପ୍ତାହରେ ୟୁକ୍ରେନ୍ ଉପରେ ହମଲା କରିପାରେ ଋଷ । ତେଣୁ ସ୍ଥିତି ବର୍ତ୍ତମାନ ସନ୍ତୋଷଜନକ ପରିଲକ୍ଷିତ ହେଉ ନାହିଁ । ବିବାଦ ବଢ଼ିବାରେ ଲାଗିଛି । ଯୁଦ୍ଧାକାଳୀନ ପରିସ୍ଥିତିକୁ ଆଖି ଆଗରେ ରଖି କିଛି ବିମାନ କମ୍ପାନୀ ୟୁକ୍ରେନ୍ ରାଜଧାନୀ କିଭ ପାଇଁ ଉଡାଣ ବାତିଲ କରିଛନ୍ତି । ଅନ୍ୟପଟେ ରୁଷିଆ ସହ ଯୁଦ୍ଧ ଏଡ଼ାଇବା ଲାଗି ୟୁକ୍ରେନ୍ ନାଟୋରେ ଯୋଗଦେବା ଯୋଜନା ଛାଡ଼ିପାରେ। ବ୍ରିଟେନ‌ରେ ଅବସ୍ଥାପିତ ୟୁକ୍ରେନ୍‌ର ରାଷ୍ଟ୍ରଦୂତ ସୋମବାର ଏହା କହିଛନ୍ତି।

ଏହା ଭିତରେ ଋଷ ଦ୍ୱାରା ୟୁକ୍ରେନ୍ ର ତିନି ପଟରୁ ଯୁଦ୍ଧାଭ୍ୟାସ ବେଳେ ବୋମା ପକାଇବା ଖବର ମଧ୍ୟ ଶୁଣିବାକୁ ମିଳିଛି । ଆମେରିକା ନିଜର ୪ ବି-୫୨ ବାମ୍ବର୍ ଯୁଦ୍ଧ ବିମାନ ବ୍ରିଟେନ୍ ରେ ମୁତୟନ କରିଛି । ଏହି ବିମାନ ଗୁଡ଼ିକ ପରମାଣୁ ବୋମା ସହିତ ଭୁମଧ୍ୟ ସାଗରରେ ୟୁକ୍ରେନ୍ ସୀମା ଆଖପାଖରେ ଉଡାଣ ଭରିଛି । ଏକ ରିପୋର୍ଟ ମୁତାବକ, ଏହି ବୋମାବର୍ଷକ ନାର୍ଥ ଡାକୋଟାରୁ ବ୍ରିଟେନ୍ ପହଞ୍ଚିଛନ୍ତି ଓ ଆଗାମୀ ୩ ସପ୍ତାହ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ରହିବେ ।

ଏହା ମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ‌ଜେଲେନସ୍କି ନିଜର ଏକ ଫେସବୁକ୍ ପୋଷ୍ଟରେ ହମଲାର ତାରିଖ କହିଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଫେବୃଆରୀ ୧୬ ଋଷ ଦ୍ୱାରା ୟୁକ୍ରେନ୍ ଉପରେ ଆକ୍ରମଣର ଦିନ ହେବ । ଜେଲେନସ୍କି ନିଜ ପୋଷ୍ଟରେ ଏହା ବି ଲେଖିଛନ୍ତି ଯେ, କଥାବାର୍ତ୍ତା ମାଧ୍ୟମରେ ସବୁ ପ୍ରକାର ବିବାଦର ସମାଧାନ କରିବାକୁ ଚାହୁଁଛୁ । କିନ୍ତୁ ଆମକୁ କୁହାଯାଇଛି ଯେ, ଫେବୃଆରୀ ୧୬ ତାରିଖ ଆକ୍ରମଣ କରାଯିବ ।

Get real time updates directly on you device, subscribe now.