fbpx

ୟୁକ୍ରେନ୍-ଋଷ ବିବାଦ:୧.୩୦ ଲକ୍ଷ ସେନା, ଯୁଦ୍ଧ ବିମାନ, ମିସାଇଲ୍ ଟ୍ୟାଙ୍କର୍…ୟୁକ୍ରେନକୁ ତିନି ପଟରୁ ଘେରିଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । କେବଳ ପରିସ୍ଥିତି ନୁହେଁ ବରଂ ଯୁଦ୍ଧ ତାରିଖ ମଧ୍ୟ ଘୋଷଣା କରିସାରିଲାଣି ଋଷ । ୟୁକ୍ରେନ୍ ସୀମାରେ ନିଜର ୧.୩୦ ଲକ୍ଷ ସେନାଙ୍କୁ ମୁତୟନ କରାଯାଇଛି । ଏହାସହିତ ଋଷ ଯୁଦ୍ଧ ପରିପ୍ରେକ୍ଷୀରେ ଟ୍ୟାଙ୍କ୍, ଅସ୍ତ୍ରଶସ୍ତ୍ର, ଯୁଦ୍ଧ ବିମାନ ଓ ମିସାଇଲ୍ ଆଦି ମୁତୟନ କରିଛି । ରିପୋର୍ଟ ମୁତାବକ, ୟୁକ୍ରେନ୍ କୁ ଋଷ ତିନି ପଟରୁ ଘେରିଯାଇଛି । ଆମେରିକାର କହିବା କଥା ଯେ, ଫେବୃଆରୀ ୧୬ ତାରିଖରେ ୟୁକ୍ରେନ୍ ଉପରେ ହମଲା ହେବାକୁ ଯାଉଛି ।

ଆମେରିକା ଓ ୟୁରୋପୀୟ ଦେଶ ପକ୍ଷରୁ ଋଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦିଆଯାଇଛି । କିନ୍ତୁ ଋଷ ଉପରେ ଏହାର କୌଣସି ପ୍ରଭାବ ପଡ଼ୁଥିବା ଦେଖାଯାଉନାହିଁ । ରବିବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଋଷ ରାଷ୍ଟ୍ରପତି ଭ୍ଲାଦିମୀର୍ ପୁଟିନଙ୍କ ସହିତ କଥାବାର୍ତ୍ତା କରିଥିଲେ । ସେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମୀର ଜେଲେନସ୍କିଙ୍କ ସହି ମଧ୍ୟ ଆଲୋଚନା କରିଥିଲେ ।

ଆମେରିକା ନିଜର ୪ ବି-୫୨ ବାମ୍ବର୍ ଯୁଦ୍ଧ ବିମାନ ବ୍ରିଟେନ୍ ରେ ମୁତୟନ କରିଛି । ଏହି ବିମାନ ଗୁଡ଼ିକ ପରମାଣୁ ବୋମା ସହିତ ଭୁମଧ୍ୟ ସାଗରରେ ୟୁକ୍ରେନ୍ ସୀମା ଆଖପାଖରେ ଉଡାଣ ଭରିଛି । ଏକ ରିପୋର୍ଟ ମୁତାବକ, ଏହି ବୋମାବର୍ଷକ ନାର୍ଥ ଡାକୋଟାରୁ ବ୍ରିଟେନ୍ ପହଞ୍ଚିଛନ୍ତି ଓ ଆଗାମୀ ୩ ସପ୍ତାହ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ରହିବେ । ଅନ୍ୟପଟେ ଋଷ ପଟରୁ ୟୁକ୍ରେନ୍ ସୀମାରେ ୧.୩୦ ଲକ୍ଷ ସେନା ମୁତୟନ କରାଯାଇଛି । ଏଥିମଧ୍ୟରେ ୧.୧୨ ଲକ୍ଷ ଯବାନ ରହିଥିବା ବେଳେ ୧୮ ହଜାର ନୌସେନା ଓ ବାୟୁସେନାର ଯବାନ ରହିଛନ୍ତି ।

 

Get real time updates directly on you device, subscribe now.