fbpx

ଜନ୍ମଦିନରେ ସମ୍ବର ହାଣ୍ଡିରେ ପଡ଼ି ୨ ବର୍ଷର କୁନି ଝିଅର ଚାଲିଗଲା ଜୀବନ

ହାଇଦ୍ରାବାଦ: ଜନ୍ମ ଦିନ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଖାସ୍ ଦିନ । ଆଉ କୁନି ପିଲାମାନେ ନିଜ ଜନ୍ମଦିନରେ କେତେ ଖୁସି ଥାଆନ୍ତି ତାହା ଆପଣ ମାନେ ଜାଣିଥିବେ ନିଶ୍ଚୟ । ନୂଆ ଡ୍ରେସ୍, କେକ୍ କଟିଂ, ବେଲୁନ୍ ଇତ୍ୟାଦି ପିଲାଙ୍କୁ ଖୁବ୍ ଆନନ୍ଦ ଦେଇଥାଏ । ହେଲେ ହଠାତ୍ ସବୁ ଖୁସି ଛଡ଼ାଇ ନେଲା ନିୟତି । କୁନି ନିଷ୍ପାପ ଶିଶ କଣ ଜାଣିଥିଲା, ଜନ୍ମଦିନ ତା ପାଇଁ ଶେଷ ଦିନ ହୋଇଯିବ । ଗରମ ସମ୍ବର ହାଣିରେ ପଡ଼ି ଗୋଟିଏ କୁନି ପିଲାର ମୃତ୍ୟୁ ହୋଇଯାଇଛି । ଏମିତି ଏକ ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ କାଲାଗର ଅଞ୍ଚଳରେ ଘଟିଛି ।

ସୂଚନା ଅନୁଯାୟୀ, ତେଜସ୍ୱୀ ହେଉଛି, ଶିଭା ଏବଂ ଭାନୁମତିଙ୍କର ଦୁଇ ବର୍ଷର ଝିଅ । ଝିଅଟି ତାର ଜନ୍ମଦିନରେ ଘର ସାମ୍ନାରେ ଖେଳୁଥିଲା। ଘରେ ଖୁସିର ମାହୋଲ୍ ଥିଲା । ତେଜସ୍ୱୀର ବାପା-ମା’ ଜନ୍ମଦିନ ଉପଲକ୍ଷେ ପଡ଼ୋଶୀଙ୍କୁ ଖାଦ୍ୟ ବାଣ୍ଟିବାକୁ ଯାଇଥିଲେ। ଏହି ସମୟରେ ତେଜସ୍ୱୀ ରୋଷେଇ ଘରକୁ ପାଖକୁ ଚାଲିଯାଥିଲା । ସେଠାରେ ଖେଳୁଖେଳୁ ଏକ ଚେୟାରରେ ଚଢ଼ି ଯାଇଥିଲା ଏବଂ ଦୁର୍ଭାଗ୍ୟବଶତଃ ସମ୍ବର ହାଣ୍ଡିରେ ଭିତରେ ପଡ଼ିଯାଇଥିଲା । ହାଣ୍ଡିରେ ଥିବା ସମ୍ବର ଖୁବ୍ ଗରମ ରହିଥିଲା ।

ତେବେ ଉକ୍ତ ଗରମ ସମ୍ବର ଯୋଗୁଁ କୁନି ପିଲାଟିର ଶରୀର ପୋଡ଼ିଯାଇ ଥିଲା। ସଙ୍ଗେ ସଙ୍ଗେ ଖବର ପାଇ ବାପା-ମା ଆସି ପିଲାଟିକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ ନେଇ ଯାଇଥିଲେ। ପରେ ତାକୁ ଗୁରୁତର ଅବସ୍ଥାରେ ବିଜୟୱାଡ଼ା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ପିଲାଟିର ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଥିବାରୁ ସେ ଆଉ ବଞ୍ଚି ନଥିଲା। ଏହି ଘଟଣାରେ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

 

Get real time updates directly on you device, subscribe now.